STORYMIRROR

Panchanan Jena

Tragedy

3  

Panchanan Jena

Tragedy

କେମିତି କହିବି କହ ?

କେମିତି କହିବି କହ ?

1 min
191


ବୈଶାଖର ତପ୍ତ ସାୟାହ୍ନ

କେମିତି କହିବି କହ

ମୁଣ୍ଡ ନଇଁଦେଲେ ଅଳପ

ଭାଙ୍ଗି ଚୁର୍ ଚୁର୍ ହେଇଯିବ ବହପ

ମାନ ଗୁମାନ ଅଭିମାନ ।


ଝାଞ୍ଜି ପବନରେ 

ଦୋଳି ଖେଳୁଛି ଅଗ୍ନିକଣା

କେମିତି କହିବି କହ

ଆଖି ଲୁହ ବି ତରଳି ଦେଇପାରେ

ପାଷାଣ ହୃଦୟର କୋଣ ଅନୁକୋଣ ଠଣା ।


କଢିରୁ ଫୁଟି ନାହିଁ ଫୁଲର ପାଖୁଡ଼ା

କେମିତି କହିବି କହ

ଦାନ୍ତକୁ ବିଶ୍ରାମ ଆରାମ ଦେଲେ

ଜିଭକୁ ଲଗାମ ଦେଲେ

ସୁସ୍ଥ ସୁଠାମ ଶରୀର ଗଢା ଖଡ଼ା ।


ତପ୍ତ ସାହାରାରେ ବାଲି ଫୁଟିବ 

କେମିତି କହିବି କହ

ଚିନ୍ତାକୁ ଚାବୁକ ଦେଇ

ଇଚ୍ଛାକୁ ଲଗାମ ଲଗେଇ

ଖୁସିର ସଂସାର ହସି ଦିଶିବ ।


ଫମ୍ପା ପରିହାସ ଲମ୍ବା ଇତିହାସ

କେମିତି କହିବି କହ

ରଖିନେ ଟିକେ ଥୟ ଲୟ ଭୟ

ପରଖି ପାରିଲେ ଭୀମକାନ୍ତ ବି

 ପାଥେୟ ସାଥେୟ ଦେବଦାସ ।


ଝାଳରେ ଭାସୁଛି ସାତରଙ୍ଗୀ ସ୍ୱପ୍ନ

କେମିତି କହିବି କହ

ସମସ୍ୟାର ହିମାଳୟ ତରଳି ଯିବ

ସମାଧାନର ପଟୁମାଟି ବୋହି ଆଶିବ

ଧରଣୀ ସାଜିବ ସୁଜଳା ସୁଫଳା

ଶସ୍ୟଶ୍ୟାମଳା 

ଜୀବନ ଜୀବିକାରୁ ସନ୍ୟାସ ନେବ ହା- ଅନ୍ନ ।




Rate this content
Log in

Similar oriya poem from Tragedy