STORYMIRROR

Pramit Mohapatra

Inspirational

2  

Pramit Mohapatra

Inspirational

::କେମିତି ହୁଅନ୍ତା::

::କେମିତି ହୁଅନ୍ତା::

1 min
12.4K


ବହି ବସ୍ତାନୀର ବଦଳରେ ପିଲେ

ଯଦି ସେ ଧରନ୍ତି ଝୁଡି,

ଗୁରୁଜୀ ଆସିବେ ସ୍କୁଟିଟିଏ ଧରି

ଗୁରୁମା ବୁଲେଟ ଗାଡ଼ି।

ମାଇପି ପିନ୍ଧନ୍ତୁ ନୀଳ ଜିନ୍ ପ୍ୟାଣ୍ଟ

ପୁରୁଷ ନାଲି ନାଇଟି,

ଓଢ଼ଣା ଟାଣି ଯେ ପୁଅଟିଏ ଥରୁ,

ଝିଅ ମାଗୁ ଦାଦାବଟି।

ଲିପିଷ୍ଟିକି ମାଖି ପୁଅ କି ରଖନ୍ତେ

ଅଣ୍ଟା ଛୁଆଁ ଲମ୍ବା ବେଣୀ,

ସିଗାରେଟ୍ ଧରି ଷ୍ଟାଇଲିରେ ଝିଅ

'ରଜନୀ ଆନ୍ନା'ଙ୍କ ଠାଣି !


ଆଈ ଟାଣୁଥାଉ ଚିଲମର ନଳା

ଅଜା ଦିଅନ୍ତୁ ଓଢଣା,

ମୋ’ ଜେଜେ, ଜେଜେମା କିଏ କାହାଠାରୁ

ନ ହୁଅନ୍ତୁ ଟିକେ ଊଣା ।

ଜେଜେମା ମୋ’ ବସୁ ମଇଁଷି ପିଠିରେ

ଜେଜେ ମୋ’ ଧରନ୍ତୁ ଝାଡ଼ୁ,

ଭାଉଜ ଚଲାନ୍ତୁ ମୋଟର ବାଇକି

ଭାଇ ସେ ପଛରେ ସଢୁ ।

ଓଲଟିଆ ଏଇ ଜୀବନର ପଥ

ଏମିତି ହୋଇବ ସିଧା,

ମାଇପି ସାଜନ୍ତୁ ଆଜି ଯେ ଶ୍ରୀକୃଷ୍ଣ

ପୁରୁଷ ହୁଅନ୍ତୁ ରାଧା ।




ମୁନ୍ନା ମହାପାତ୍ର, ଗୁଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational