STORYMIRROR

Kajal Swain

Romance

2  

Kajal Swain

Romance

କବିତା ପ୍ରେମରେ

କବିତା ପ୍ରେମରେ

1 min
393


ଯେବେ ତୁମ ସହ ଭେଟ ହେଲା

ମୁଁ ହଜିଗଲି

ଭାବନାର ବନାନୀ ଭିତରେ

ତୁମରର ସେ କୁହୁକ ସ୍ପର୍ଶ

ମୋ ଆଙ୍ଗୁଳି ରେ ଭରିଦେଇଥିଲା

ଶହସ୍ର କମ୍ପନ

ବିବଶ କରିଥିଲା

ଶବ୍ଦର ମାଳା ଗୁନ୍ଥିବା ପାଇଁ

ଯାହାର ଶେଷ ପରିଣତି

ତୁମେ ଏବେ ମୋ କବିତାରେ

ଆଉ ମୁଁ !

କବିତା ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance