STORYMIRROR

Kajal Swain

Others

3  

Kajal Swain

Others

ସେ ନଥିବା ମଣିଷ ପାଇଁ

ସେ ନଥିବା ମଣିଷ ପାଇଁ

1 min
439


ସେଇ ନଥିବା ମଣିଷଟି ପାଇଁ

କାହିଁକି ଲୋ ଠେଲିପେଲି ତଡିଦେଉ

ତୋ ଆଖିର ଯେତେସବୁ ନିଦ

ନିସଂକୋଚେ ପିନ୍ଧିନେଉ ଦୁନିଆଁର ଆଖିଦେଖା

ନିନ୍ଦା ଅପବାଦ .....


ସପନକୁ ସତ ଭାବି

କାହିଁକି ତୁ ବାନ୍ଧୁଥାଉ ବସା ??

ତୁ ଜାଣୁ ସେ ଫେରିବନି

ତୋର ଏଇ ଦୁନିଆଁକୁ

ତଥାପି କହିଁକି କହ ଧରିଚୁ ଲୋ ଆଶା ???


ସେ ନାଲି ଚୁଡ଼ି ନାଲି ଶାଢ଼ୀ

ସିନ୍ଦୁର ଆଶାରେ

କିମ୍ପାଇଁ ବସିଛୁ କହ ତାର ପ୍ରତୀକ୍ଷାରେ ??

ଜୀବନକୁ କରି ଜୁଇ କାହିଁକି ଲୋ ନିତି ମରୁ

ତୁ କଣ ଜାଣୁନା ...???

ସେ କେବେ ପଡିବ ନାହିଁ ତୋ ପ୍ରେମ ଫାସରେ ...


ସେ ତ ଅଦିନ କୁହୁଡି ଟିଏ

ଏଇ ଅଛି ଏଇ ନାହିଁ ତାର ସେ ଅସ୍ତିତ୍ବ

ତୁ କାଇଁ ତାପାଇଁ ଝୁରୁ

ଜିଇ ଥାଇ ନିତି ମରୁ

ସପନକି କେବେ କହ ହୋଇଲାଣି ସତ ???

ସପନକି କେବେ କହ ହୋଇଲାଣି ସତ ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍