କବିତା - ଗଳ୍ପ
କବିତା - ଗଳ୍ପ
ନିଜ ଭିତରେ ମୁଁ ପ୍ରତ୍ୟେକ ଦିନ ହଜେ ,
ହଜେ କିଛି ଖୋଜିବାକୁ
କିଛି ତଲାସ୍ କରିବାକୁ,
ତଲାସ୍ କରେ ନିଜ ଭିତରେ ଥିବା
ଗଳ୍ପାଲୟ କୁ । ।
ପ୍ରତ୍ୟେକ ଦିନ ମୁଁ
ଏକ ନୂଆ ଗଳ୍ପ ଲେଖେ
ଲେଖେ ନିଜ କଳ୍ପନା କୁ
କେବେ ମୋର ଖୁସିରେ ତ ,
କେବେ ମୋର ଦୁଃଖରେ ,
ନିଜ ଗଳ୍ପ ର ପାଠାଗାରରେ
ମୁଁ ନିଜକୁ ହଜେଇ ବସେ ,
ହୁଏତ...
ମୁଁ ହଜିଥିବା ବାଟୋଇ ହୋଇପାରେ
କିନ୍ତୁ ମୁଁ ଖୁସିରେ..
ହଁ କିନ୍ତୁ ମୁଁ ଖୁସିରେ ହଜେ । ।
ମୁଁ ହଜି ହଜି ଏ ଦୁନିଆର ଛନ୍ଦିଆ ଗଳ୍ପକୁ
ଆଉ ବୁଝି ପାରେନା ..
ମୋତେ ଆସେନା ଅନ୍ୟ ବ୍ୟକ୍ତିଙ୍କ ଭଳି
ସ୍ବାର୍ଥ ପାଇଁ ବ୍ୟବହାର କରିବା
ମୋତେ ଜମା ଆସେନା... । ।
ଦୁନିଆର ଚଲାପଥ ଗଳ୍ପରେ
ନିରୀହ ବ୍ୟକ୍ତିଙ୍କ ପାଇଁ,
ଅଛି ତ ଖାଲି ଦୁଃଖ ଓ ଯନ୍ତ୍ରଣା.. ।
ଦୁନିଆ ଗଳ୍ପ ଅନୁସାରେ ଭଲ ବ୍ୟକ୍ତି
ସିଏ..ନୁହଁ ଯାହା ପାଖେ ଭଲ ମନ ଥାଏ ,
ସିଏ ଯାହା ପାଖେ ଭଲ ଧନ ଥାଏ ।
ସେଥିପାଇଁ ମୋତେ ଦୁନିଆ ଗଳ୍ପକୁ
ଆଦ୍ୟ ଭଲ ଲାଗେ ନା,
ଭଲ ଲାଗେ ତ ଖାଲି ଗାଳ୍ପିକର ଗଳ୍ପକୁ ।
ଗଳ୍ପ ଗାଳ୍ପିକର ସମୁଦ୍ର
ଯାହା..ଦେଖେନା ଟଙ୍କା ପଇସା
ଦେଖେ ତ ଖାଲି ଚରିତ୍ର.... । ।
