STORYMIRROR

Manorama Mohanty

Abstract

3  

Manorama Mohanty

Abstract

କାଳିଆ

କାଳିଆ

1 min
271

ପୂଜିବି ତୁମକୁ ଭକ୍ତି ଶରଧାରେ ଅନ୍ତରୁ ନୈବିଦ୍ଯ ଦେଇ 

ଅଗତିର ଗତି ଭକ୍ତ ଜନ ବନ୍ଧୁ ଧନ୍ୟ ହେ କଳା ଗୋସାଇଁ ।

ତୁମ ନାମେ ପ୍ରଭୁ ସକାଳ ଆରମ୍ଭ ତୁମ ନାମେ ଦିନ ସରେ 

ସୂର୍ୟ୍ଯ ଚନ୍ଦ୍ର ଯାର ଇଙ୍ଗିତେ ଚଳନ୍ତି ଅଛପା ନାହିଁ ମହୀରେ 

ଆତ୍ମା ପକ୍ଷୀ ମୋର ଗାଉ ଥାଉ

ମୋର  ଆହା ମୋ ନିଳାଦ୍ରୀ ସାଇଁ ।୧।

ମାୟାର ସଂସାର ମିଛ ଖେଳ ଘର ଧନ ଜନ

ସବୁ ମିଛ ଯୌବନ ଜୀବନ ଆସି ଚାଲିଯାଏ କାହିଁ

କି ବାନ୍ଧିବା ଆଣ୍ଟ  ପିଣ୍ଡୁ ପ୍ରାଣ ତୋର

ଚାଲି ଯିବା ଯାଏଁ ଭଜ ମନ ଭାବଗ୍ରାହୀ ।୨।

ଆରତ ବେଳରେ ଏ କଳି କାଳରେ ହରି ନାମ ଏକା ସତ୍ୟ 

ଜନ୍ମ ଅଛି ମାନେ ମୃତ୍ଯୁ ହେବ ଦିନେ ଏ କଥା ନୁହେଁ ଗୁପତ

ବେଳ ଥାଉ ବନ୍ଧ ବାନ୍ଧରେ

କୁମର ରାମ ନାମ ଜପି ଗାଇ  ।୩।

ନିତି ମରୁ ଅଛୁ ସଂସାର ଜଞ୍ଜାଳେ ମୋର ମୋର କହି

ସଦା କି ନେଇ ଆସିଛୁ କିସ ନେଇ

ଯିବୁ ସବୁ ଦେବେ ଶେଷେ ବାଧା 

ହରି ନାମ ଗୋଟି ଜଗତରେ ସାର ବାକି ସବୁ ମିଛ ଭାଇ  

ଭଜ କାଳିଆ ଗୋସାଇଁ ରାମ ନାମ ସତ୍ୟ ସାଇ ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract