STORYMIRROR

Biswanath Nayak

Inspirational

3  

Biswanath Nayak

Inspirational

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
42



କାଗଜ ଡଙ୍ଗା ମୁଁ

    ବରଷା ସୁଅରେ

         ଧୀରେ ଧୀରେ ଭାସିଯାଏ,

କେଉଁଠିକି ଯିବି

     କେଉଁଠି ରହିବି

           ଠିକଣା ଜଣା ନଥାଏ। 


କାଗଜରେ ଗଢା

      ମୋର ଏ ଶରୀର

             ଅଟଇ କ୍ଷଣଭଙ୍ଗୁର,

ନାହିଁ ତ ନାଉରୀ

       ନାହିଁ ତ ଆହୁଲା

             ତଥାପି ମୋ ନାହିଁ ଡର। 


ବରଷାରେ ଭିଜି

       କେବେ ଯିବି ହଜି

             ସେକଥା ତ ଜଣା ନାହିଁ,

ଯାଉଛି ମୁଁ ଭାସି

        ଅନ୍ୟର ମୁହଁରେ

              ହସ ଟିକେ ଦେବା ପାଇଁ। 


ଯେ ମୋତେ ଗଢିଛି

         ତା ଓଠରେ ଟିକେ

                ଭରି ଦେବାପାଇଁ ହସ,

ପାଣି ପବନକୁ

        ଖାତିରି ନକରି

                ଭାସେ ମୁଁ ନୋହି ଅବଶ। 


କାହାକୁ ଟିକିଏ

       ହସେଇବା ପାଇଁ

      &n

bsp;         ଯାଏ ଯଦି ଏ ଜୀବନ,

ସେଥିପାଇଁ ମୋର

        ନାହିଁ ଅବସୋସ

                ଜନମ ମୋ ହେବ ଧନ୍ୟ। 


କ୍ଷଣଭଙ୍ଗୁର ଏ

        ମଣିଷ ଶରୀର

                 କାଗଜଡଙ୍ଗା ପରାୟ,

ଜଣାନାହିଁ କେବେ

         ସମୟ ସୁଅରେ

                  ଲଭିବ ସେତ ବିଲୟ। 


ପଞ୍ଚଭୂତେ ଗଢ଼ା

       ମଣିଷ ଶରୀର

                 ଅଟେ ପ୍ରଭୁଙ୍କର ଦାନ,

ଅନ୍ୟର ମୁହଁରେ

        ହସ ଟିକେ ଦେଲେ

                 ପ୍ରଭୁ ହୋଇବେ ପ୍ରସନ୍ନ। 


ଆସୁ ଯେତେ ଝଡ଼

         ହେ ମଣିଷ ! ତୁମ

                 କର୍ତ୍ତବ୍ୟରେ ହୁଅ ରତ,

ଅନ୍ୟର ମୁହଁରେ

          ହସଦେବା ହେଉ

                   ତୁମ ଜୀବନର ବ୍ରତ। 



Rate this content
Log in

Similar oriya poem from Inspirational