Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ

1 min
370


ଜୟ ଜୟ ଜଗନ୍ନାଥ ଜଗତ ଜୀବନ l

ଜୟ ଜଗବନ୍ଧୁ ଜୟ ଆରତ ଭଞ୍ଜନ ll


ଧନ୍ୟ ତୁମ୍ଭର ମହିମା କୃପାପାରାବାର l

ବର୍ଣ୍ଣି କେ ପାରିବ ଧରି ମାନବ ଶରୀର ll


ଭକତ ବତ୍ସଳ ବାନା ଅନ୍ତର୍ଯ୍ୟାମୀ ହରି l

ଲୀଳା ଅବତାର ମର୍ତ୍ତ୍ୟବୈକୁଣ୍ଠ ବିହାରୀ ll


ବେଦ ପୁରାଣ ବର୍ଣ୍ଣନେ ହେ କଳା ଶ୍ରୀମୁଖ l

ଗୁଣସୀମା ତୋ ମହିମା ହେଲେ ଶତମୁଖ ll


କରୁଣା ବରୁଣାଳୟ ହେ କୃପା ନିଧାନ l

ଦେବ ଯକ୍ଷ ରକ୍ଷ ନର ଚରଣ ବନ୍ଦନ ll


ତିଳେମାତ୍ର ନପାଇଲେ ତୋହର କରୁଣା l

ହଲି ନ ପାରଇ ବୃକ୍ଷେ ପତ୍ରଟିଏ ସିନା ll


ଜଗତ ଗୁରୁ ଭଗତ ବାଞ୍ଛା କଳ୍ପତରୁ l

କୈବର୍ତ୍ତକ ପାରିକରୁ ଭଵ ବାରିଧିରୁ ll


ପଙ୍ଗୁ ଲଙ୍ଘିଯାଏ ଗିରି ଅନ୍ଧ ଲଭେ ଦୃଷ୍ଟି l

ଜଗତ କରତା ପ୍ରଭୁ ଧନ୍ୟ ତୋର ସୃଷ୍ଟି ll


ହେ ଆନନ୍ଦ କନ୍ଦ ପ୍ରଭୁ ଆହେ ଆଦିକନ୍ଦ l

ତଵ ନାମାବଳୀ ମୋର ହୃଦେ ରଚୁ ଛନ୍ଦ ll


ତଵ ଗୁଣ ଗୁଣି ନାଥ ଯାଉ ମୋର ପ୍ରାଣ l

କୃପା କର ଜଗନ୍ନାଥେ ଶ୍ରୀ ଚକାନୟନ ll        



Rate this content
Log in

Similar oriya poem from Inspirational