STORYMIRROR

Renuka Samal

Inspirational

3  

Renuka Samal

Inspirational

ଜ୍ଞାନ ଦାତା

ଜ୍ଞାନ ଦାତା

1 min
183

ଗୁରୁ ମୋର ଶ୍ରେଷ୍ଠ 

ଏ ଜୀବନ ମଞ୍ଚେ,

ଗୁରୁ ମୋର ଜ୍ଞାନ ଦାତା,

ଗୁରୁ ବିନା ଜୀବ 

ଅକାରଣ ଜାଣ

ଗୁରୁ ହିଁ ଭାଗ୍ୟ ନିୟନ୍ତା।

ଜ୍ଞାନ ଚକ୍ଷୁ ଖୋଲି

ଦୁନିଆଁ ଚିହ୍ନାନ୍ତି,

ହୃଦେ ଭିରି ମିଠା ମହୁ

ଝରେ ଆଶୀର୍ବାଦ

ପ୍ରତି କ୍ଷଣକରେ

କଥା ପଦେ କହୁ କହୁ।

ପୁତ୍ରର ସମାନ ସ୍ନେହର ବନ୍ଧନେ

ବାନ୍ଧନ୍ତି ଛାତ୍ରଙ୍କୁ ସଦା

ଦେଇ ଉପଦେଶ ଅଥବା ଆଦେଶ

କଳଙ୍କ କରନ୍ତି ପଦା।

ପଙ୍କିଳ ସମାଜେ ପଙ୍କଜ ସେ ପରା

ସତ୍ୟ ନ୍ୟାୟ ତ୍ୟାଗ ମୃର୍ତ୍ତି

ସମାଜ ପାଇଁ ସେ ଦର୍ପଣ ଅଟନ୍ତି

ଦିଶେ ଶୁଦ୍ଧ ମୁଖ ପଂକ୍ତି।

ସମାଜରେ ସେ ଆଦର୍ଶ ମାନବ

ଆଚାର ବିଚାର ଶୁଦ୍ଧ

ସମାର୍ଜ୍ଜିତ ବ୍ୟବହାର ଓ ଚରିତ୍ର

ମଧୁ ମୁଖ ଝରା ଶବ୍ଦ।

ସେ ଗୁରୁ ପୟରେ ସେବ ନିରନ୍ତରେ

ଗତି ମୁକ୍ତି ଜ୍ଞାନ ଦାତ,

ସଂସାରେ ଲଭିବ ଯଶ ଖ୍ୟାତି ଯେତେ

ଗୁରୁ ହେବେ ଯଦି ପ୍ରିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational