Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ପାଠ ଠାକୁର

ପାଠ ଠାକୁର

1 min
190



ଠାକୁର ମୋ ପାଠ ଠାକୁର  

ଦିଅ ବିଦ୍ଯା ଦିଅ ଭଲ ବୁଦ୍ଧି ମୋତେ

ଗଣ ନାଥ ହେ ଗଣ ଈଶ୍ୱର 

ଠାକୁର ମୋ ପାଠ ଠାକୁର ।


ଫୁଲ ତୋଳି ଆଣିଛି ମୁଁ ବାସ ଚହଟଇ

ଗୁନ୍ଥିଛି ଗଜରା ଦେବି ଗଳାରେ ଲମ୍ବାଇ

ତୁମ ପ୍ରିୟ ଖସାଲଡୁ ଆଣିଛି ନଡ଼ିଆ 

ନଡ଼ିଆ ହୋଇବ ତୁମ ପାଦରେ ବାଡିଆ

ତୁମ ଶୋଳ୍କ ଗାଇ ପୁଷ୍ପାଞ୍ଜଳି ଦେଇ

ଆନନ୍ଦ ରେ ହେବି ବିଭୋର

ଠାକୁର ମୋ ପାଠ ଠାକୁର ।


ତୁମେ କଲେ ଦୟା ମୂର୍ଖ ହୁଅଇ ପଣ୍ଡିତ

ଖାଲ ଢିପ ଭରା ବାଟ ହୁଏ କୁସୁମିତ

ମନ ହୁଏ ଥୟ ରହେ ପାଠରେ ତ ଲୟ

ଯେତେବି କଠିନ ହେଉ ଲାଗେ ନାହିଁ ଭୟ

ବିଦ୍ୟା ମହାଧନ କରି ଅରଜନ

 କରିବି ତୁମ ଜୟଗାନ

ଦିଅ ବୁଦ୍ଧି ଦିଅ ହେ ଜ୍ଞାନ ।



Rate this content
Log in