ଜୀବନ କଷ୍ଟ
ଜୀବନ କଷ୍ଟ
ଜୀବନ ଏ ମୋର ପଥର ସମାନ
ନାହିଁ ତା'ର ବାଡ ବତା ।।
ଏ ଜୀବନର ତ କିଛି ମୂଲ୍ୟ ନାହିଁ
ଏହି ମୋ ଜୀବନ ଗାଥା।।
ସବୁ ଜୀବନରେ ଅଲେଖା ମହିମା
କାହାକୁ ନ ବେଳେ କେହି
ମୋର ତ ଏହି ପୋଡ଼ା ଜୀବନ ଟା।
ଖୁସି ବୋଲି କିଛି ନାହିଁ।।
ଦୁଃଖଭରା ମୋର ଏହି ଜୀବନରୁ
ରକ୍ଷା କର ନୀଳ ବାହୁ।।
ଜୀବନ ସାଗରେ ବୁଡ଼ିଗଲି ମୁହିଁ
ଡାକି ଡାକି ମହାବାହୁ ।।
ଜୀବନ ଏ ମୋର ପଥର ସମାନ
ନାହିଁ ତା'ର ବାଡ ବତା।
