Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Tragedy

3  

Manorama Mohanty

Tragedy

ଜୀବନ ଦୋଛକିରେ

ଜୀବନ ଦୋଛକିରେ

1 min
351



ଏଇ ଧରା ବକ୍ଷେ  ଜନମିଛି ସିନା

      ମାନବର ରୂପ ନେଇ 

ବୁଝିନାହିଁ କେବେ ଜୀବନର ମୂଲ୍ୟ 

      ଦୁନିଆଁକୁ ଚିହିଁ ନାହିଁ |

ଦୋଛକିରେ ଥାଇ ଚିହିଁକି ପଡେ ମୁଁ

   କେଉଁ ପଥେ ଯିବି ଚାଲି

ଚାରିଆଡେ ଖାଲି ଶୂନ୍ୟ ପଦଧ୍ଵନି 

   ନିଜ ଛାଇ ଖେଳେ ଦୋଳି |

ଡାକେ ମୁଁ କାତରେ କିଏ ଅଛ କିରେ

  ମୋ ଡାକ କି ପାରୁନା ଶୁଣି |

ମୋ ଡାକଟା ପୁଣି ମୋ ପାଖେ ଲେଉଟେ

   ମିଛ ପ୍ରତିଶୃତି ଘେନି |

ଜାଣେନା କିଏ ସେ ଆପଣାର ମୋର 

      କିଏ ଅଟେ ଅବା ପର 

କାହାକୁ ବାଛିବି କିଏ ମୋ ଜୀବନେ 

      ଭରିବ ସୁଖ ସମ୍ଭାର |

ଯାହାକୁ କହେ ମୁଁ ତୁ ମୋ ନିଜର 

     ସେ ପୁଣି ଦୂରେଇ ରହେ 

ମନେ ଥାଏ ଯେତେ ଅଫୁରନ୍ତ ସ୍ବପ୍ନ 

      ସରି ସରି ସବୁ ଯାଏ |

ଯେଣେ ଚାହେଁ ଦେଖେ ଦୂର ଦିଗନ୍ତରେ 

     ମରୁମରୀଚିକା ଖାଲି 

ଧାଇଁ ତା ପଛରେ ତୃଷ୍ଣା ମେଣ୍ଟେ ନାହିଁ 

     ଅନ୍ତର ଉଠଇ ଜଳି |

ଫେରି ଆସେ ଦୁଃଖେ ସାଥୀ ହରାହୋଇ 

         ଆନପଥେ ଯିବା ପାଇଁ 

ସେ ପଥେ ବି ଦେଖେ ନିର୍ଜନ ସୈକତ 

      ଦୁଃଖର ଉଜାଣି ନଈ |

କ୍ରୋଧ ଆକୁଳରେ ପ୍ରାଣଟା ମୋହର 

      କରେ ଉଚ୍ଚ ହାହା କାର 

ମନେ ଭାବେ କାହିଁ ରକ୍ତ ମାଂସ ଦେଇ 

      ଗଢିଲେ ମୋତେ ଈଶ୍ୱର |

ଜନ୍ମ ଦେଇ ଯେବେ କଲବଲ କଲ 

     ମୋର ଏହି ମନ ପ୍ରାଣ 

ଲାଭ କଣ ତେବେ ବଞ୍ଚି ରହିବାର 

     ଧରି ଏ ବ୍ୟର୍ଥ ଜୀବନ |



Rate this content
Log in

Similar oriya poem from Tragedy