Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Classics Inspirational

3  

Bhagirathi Mohanty

Abstract Classics Inspirational

ଜୀବନ ଆରମ୍ଭ ହୁଏ

ଜୀବନ ଆରମ୍ଭ ହୁଏ

1 min
1K


ଜୀବନ ଆରମ୍ଭ ହୁଏ ଶୈଶବରୁ

ମଝିରେ ଯୌବନ ଆସେ,

ବାର୍ଦ୍ଧକ୍ୟ ସମୟ ହେଲେ ଉପଗତ

କେତେ ରୋଗ ବ୍ୟାଧି ଗ୍ରାସେ ।


ମାଟିକୁ ଛୁଇଁଲେ ମା' ମା' ଡାକୁ

କ୍ଷୀର ପାଇଁ ନିବେଦନ,

ଯୌବନ ମଳୟ ଦେହ ଛୁଇଁ ଗଲେ

ମତୁଆଲା ତନୁ ମନ।


ଐଶ୍ଵର୍ଯ୍ୟ କ୍ଷମତା ବଳେ ବଳିୟାନ

ଧରାକୁ ସରା ଯେ ମଣୁ,

ଆସିଲେ ବାର୍ଦ୍ଧକ୍ୟ ଅନୁତାପ କରୁ

ଦିନ ସରେ ଗଣୁ ଗଣୁ ।


ଅଢେ଼ଇ ଦିନ ର ତୋରଏ ଜୀବନ

ଛାଡ ଦମ୍ଭ ଅହଂକାର, 

ମୁଖେ ହରି ନାମ ରଟୁ ଥାଅ ସଦା

ଭବୁ ହୋଇବଯିବୁ ପାର ।


Rate this content
Log in

Similar oriya poem from Abstract