Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସ୍ତୁତିରେଖା ମିଶ୍ର

Romance

3  

ସ୍ତୁତିରେଖା ମିଶ୍ର

Romance

ଜହ୍ନ ରାତି

ଜହ୍ନ ରାତି

1 min
7.3K


ଦଗା ଦିଆ ଜହ୍ନ ରାତିରେ

ପ୍ରେମ ସିନା ହୋଇଗଲା ତୁମ ସାଥିରେ

ମୁଁ କିନ୍ତୁ ଫେରିଗଲି ମୋ ଜହ୍ନି ଫୁଲ ଧରି

କୁମାର ପୁନେଇଁରେ ଜହ୍ନକୁ

ତୁମ କଥା କହି କହି

ଜହ୍ନ ଗୀତ ଗାଇ ଗାଇ !

ହେ ! ସେ କଣ ପ୍ରେମ ଥିଲା ! ??

ତୁମେ ଜହ୍ନ ପରି ଲାଗୁଥିଲ କି ଜହ୍ନ ତୁମ ପରି ??

ମୁଁ ଜାଣେନା ଦୁହେଁ କିନ୍ତୁ ଭାରି ସୁନ୍ଦର

ମୁଁ ଆଉ କଣ ବା କରିଥାନ୍ତି। !

ପ୍ରେମ କଣ ବୁଝି ବିଚାରି କରିହୁଏ !

ନା ନା କେବଳ କରିହୁଏ

ମନ ହାରି ହୃଦୟ ହାରି

ନିଜକୁ ବାଜି ଲଗେଇ

ଟିକିଏ ତୁମକୁ ଟିକିଏ ତୁମ ପ୍ରେମକୁ

ପାଇବାରେ ହରେଇବା

ପୁଣି ହରେଇ ଫେରି ପାଇବା

ଏଇ ଯେମିତି ପ୍ରତି ବର୍ଷ ଏ ଜହ୍ନ ଆସେ !!

ସ୍ତୁତିରେଖା ମିଶ୍ର


Rate this content
Log in

Similar oriya poem from Romance