STORYMIRROR

ସ୍ତୁତିରେଖା ମିଶ୍ର

Inspirational

2  

ସ୍ତୁତିରେଖା ମିଶ୍ର

Inspirational

ବଦନାମ

ବଦନାମ

1 min
13.7K


ମୁଁ ଘୃଣା କରେ ସମାଜର ସନ୍ଦେହୀ ଆଖିକୁ

ହଁ ମୁଁ ଘୃଣା କରେ ସେସବୁ ଶବ୍ଦକୁ

ସେ ସବୁ ଉକ୍ତିକୁ ଆଉ କଟାକ୍ଷକୁ

ମୁଁ କଣ ଆଲୋଚନାର ବିଷୟ?

ନା ମୁଁ ଚର୍ଚ୍ଚାର ପରିଚୟ

କିଏ ଅଧିକାର ଦିଏ ସମାଜକୁ

ମତେ ଇଙ୍ଗିତ କରିବାକୁ।


ପ୍ରଶ୍ନ ମୋର ସବୁ ସାମାଜିକ ପ୍ରାଣୀଙ୍କୁ

ଯିଏ ସମାଜର ଠିକା ନେଇ ବସିଛନ୍ତି

ସମାଜ ନାରେ ସଂସ୍କାରର ଢୋଲ ପିଟି

କେତେ କଥା କହିଯାନ୍ତି ମନକୁ ମନକୁ

କେତେ ଥାଏ ସତ୍ୟତା କେଜାଣି

କେତେ ଥାଏ ଅଜବ ଖିଆଲ

କିନ୍ତୁ ଥରେ ହେଲେ ଭୟ ହୁଏନାହିଁ

ମୁଁହ ଖୋଲି ଅକାରଣ ବଦନାମ କରିବାକୁ।


ସ୍ତୁତିରେଖା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ସ୍ତୁତିରେଖା ମିଶ୍ର

Similar oriya poem from Inspirational