Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଜାନକୀ ବଲ୍ଲଭ ରାମ

ଜାନକୀ ବଲ୍ଲଭ ରାମ

1 min
193


ଜାନକୀ ବଲ୍ଲଭ ରାମ ରଘୁ ନନ୍ଦନ

ନବ ଦୃବାଦଳ ଶ୍ୟାମ ନବୀନ ଘନ

ପରମ ପୁରୁଷ ରାମ ବିଶ୍ଵ ଜୀବନ

କରୁଣାମୟ ହେ ପ୍ରଭୁ ପ୍ରଣତି ଘେନ

ପବିତ୍ର ତଇତ୍ର ମାସ ଶୁକ୍ଳ ନବମୀ

ରାମ ନବମୀ ରେ ପ୍ରଭୁ ଥିଲ ଜନମି ।


ମହାରାଜା ଦଶରଥ ପ୍ରଜା ବତ୍ସଳ

କୋଳକୁ ତାଙ୍କର ପ୍ରଭୁ କଲ ଉଜ୍ବଳ ।

କୌଶଲ୍ୟା ରାଣୀଙ୍କ ଗର୍ଭୁ ଜନମ ନେଇ

ଶୀତଳ ଯୋଛନା ଗଲ ପରସି ମହୀ ।

ଅହଲ୍ୟା ନାରୀଙ୍କୁ ତୁମେ ଉଦ୍ଧାର କଲ

ଧୀବର ଧୋଇଲା ପାଦ ବଢାଇଦେଲ ।


ପତିତ ପାବନ ତୁମ ଉଡେ କେତନ

କରୁଣାମୟହେ ପ୍ରଭୁ ପ୍ରଣତି ଘେନ

ଶିବଧନୁ ଭାଙ୍ଗି ସୀତା ବିବାହ କଲ

ପିତୃ ସତ୍ୟ ପାଳି ବନବାସରେ ଗଲ ।

ମାୟାବି ରାବଣ କଲା ସୀତାଙ୍କୁ ଚୋରୀ

ଲଙ୍କାଗଡ ଗଲ କପି ସେନାଙ୍କୁ ଧରି ।


ରାବଣ ନିଧନେ ଧରା ହୋଇଲା ଶାନ୍ତି

ଅଶୋକ ବନରୁ ସୀତା ହେଲେ ମୁକତି ।

ଅଯୋଧ୍ୟା କୁ ଫେରି ହେଲ ରାଇଜେ ରାଜା

ନ୍ୟାୟ ମୂର୍ତ୍ତି ପ୍ରଜା ପ୍ରିତି ଉଡିଲା ଧ୍ବଜା ।

ମ ଡରେ ଶୁଣି ତୁମ ନାମ କିର୍ତ୍ତନ

କରୁଣାମୟ ହେ ପ୍ରଭୁ ପ୍ରଣତି ଘେନ ।


Rate this content
Log in

Similar oriya poem from Classics