ଈଶ୍ବର ଏବଂ ମାନବ ସମାଜ
ଈଶ୍ବର ଏବଂ ମାନବ ସମାଜ
ଈଶ୍ୱର ଜଣେ ଜାଗତିକ ପ୍ରେମବତ୍ସଳ ବିଶ୍ୱଜନୀନ ମଙ୍ଗଳକାରୀ
ଓ ସାରା ବିଶ୍ୱ ବ୍ରହ୍ମାଣ୍ଡ ପରିବ୍ୟାପ୍ତ ନିଜର ସ୍ବର୍ଗୀୟ କାର୍ଯ୍ୟକାରିତାର
ଏକ ପ୍ରଜ୍ୱଳିତ ପବିତ୍ର ପ୍ରେରଣା ଏକ ପରୋପକାରୀ ଅଭିପ୍ରାୟର
ଆଉ ସମଗ୍ର ସୃଷ୍ଟ ଜୀବଗଣଙ୍କ ପାଇଁ ସମ ସୁଯୋଗ ସୃଷ୍ଟି କର୍ତ୍ତା
ଭାବେ ସମାସୀନ ସର୍ବୋଚ୍ଚ ଆସନରେ l
ଈଶ୍ୱର ଈଶ୍ୱରାଂଶ କ୍ଷେତ୍ର କରି ସଭିଙ୍କୁ ପ୍ରଦାନ,ମୁକ୍ତ କରାଇ
ପ୍ରତ୍ୟେକ ମାନବକୁ ଏକ ଦୋଦୁଲ୍ୟମାନ ପତନମୁଖୀ ପରିଣାମ
ବଳୟରୁ, ନିଜକୁ ନିଜେ ସଚେତନ କରଣେ ପ୍ରତି ବିଷୟରେ
ଆକର୍ଷଣଶକ୍ତି ଜରିଆରେ,ସୃଷ୍ଟିକରି ଚାଲନ୍ତି ସାର୍ବଜନୀନ ସ୍ୱାର୍ଥ,
ପାରସ୍ପରିକ ବିଚାର ବିମର୍ଶଯୁକ୍ତ ମାନବୀୟ ସଜୀଵ ସତ୍ତାରେ l
ଈଶ୍ୱର ହେଉଛନ୍ତି ଏକ ସର୍ବୋତ୍ତମ ପରିଧି,ସାର୍ବଜନୀନ ପ୍ରେମ
ଆଉ କରୁଣାର, ବାସକରନ୍ତି ସେ ପ୍ରତ୍ୟେକ ମନୁଷ୍ୟ ହୃଦୟରେ
ଗୋଟିଏ ନୈସ୍ବର୍ଗୀକ ଜୀବନ୍ତ ମରଣଉତ୍ତର ଦତ୍ତ ପତ୍ର ଭାବେ l
ଈଶ୍ୱର ଜଣେ ନିର୍ଦିଷ୍ଟ ରୂପେ ସର୍ତ୍ତବିହୀନ ପ୍ରତୀକ,ପ୍ରେମ ଏବଂ
ସହାନୁଭୂତିର ଯିଏ କି ସଦା ଦିଅନ୍ତି ପ୍ରୋତ୍ସାହନ ମାନବ ଜାତିକୁ
କ୍ରମ ବିବର୍ତ୍ତନ କରିବାର୍ଥେ ଏକ ପ୍ରେମଶୀଳ ପାର୍ଥିବ ଜାତିରେ l
ଗୋଟିଏ ମାନବୀୟ ସତ୍ତା ଶିଖେ ଓ ଅର୍ଜନ କରେ ଆନ୍ତରିକତା
ସହକାରେ ଯୋଗ୍ୟତା ସଜୀଵ ଉତ୍ତର-ଦାନର, ଈଶ୍ବରଙ୍କ
ଅସୀମ ପ୍ରେମ ତଥା ଦୟାର୍ଦ ପରିସରରେ, କ୍ରମବର୍ଦ୍ଧିଷ୍ଣୁ ଓ
ପ୍ରସାରିତ ହୁଏ ମାନବସମାଜର ଚିର ହିତ ସାଧନ ଉଦ୍ଦେଶ୍ୟରେ l
ଉକ୍ତ ଚିରନ୍ତନ ବୃଦ୍ଧି ପ୍ରାପ୍ତ ପ୍ରେମ ଓ ସହାନୁଭୂତିର ପରିସରକୁ
ଅବଶ୍ୟ କରିବ ମାନବ ଜାତି କୋଳାଗ୍ରତ ଦିନେ ନା ଦିନେ ତାର
ସମ୍ପୂର୍ଣ୍ଣ ପ୍ରେମପୂର୍ଣ୍ଣ ଆବେଗ ସହିତ ନିର୍ବିକାର ଉନ୍ମୁକ୍ତ ଚିତ୍ତରେ l
ପରିଶେଷେ, ସର୍ତ୍ତହୀନ ପ୍ରେମ,ନ୍ୟାୟ ତଥା ସୁନ୍ଦରତା ସହିତ
ଚାଲ ସମସ୍ତେ ଆମେ ପୁରାପୁରି ମିଶିଯିବା ଐକାନ୍ତିକ ଜାଗତିକ
ଚେତନାରେ ଆଉ ପରିଣତ ହେବା ଏକ ଅଖଣ୍ଡ ମାନବପିଣ୍ଡରେ l
