ଇଛାମୟ
ଇଛାମୟ
ଆସିଥିଲ ତୁମେ ନିଜ ଇଛାମତେ
ସତେ ଅବା ବାଟ ଭୁଲି
ମନେ ମୋ ଭରିଲ ଶ୍ରାବଣର ଭାଷା
ବୁଣି ବଇଶାଖୀ ବାଲି
ଅଳପ ଆଳାପର ଜାଦୁଗର ତୁମେ
ଲୁଟିନେଲ ସବୁ ଧ୍ୟାନ
ସ୍ନିଗ୍ଧ ମିଠା ଶବ୍ଦେ ଭରିଲ ହୃଦୟ
ପୁଣି ପରକଲ ମନ
ଗାଧୁଆ ତୁଠର ପଥର ପରି ମୁଁ
ରହିଅଛି ଯାହା କୂଳେ
ବାସି ବସନ୍ତରେ ଅତରର ମାୟା
ମଉଳା ଜହ୍ନେ କି ମିଳେ ।।
ସଂଯୁକ୍ତା ସାହୁ