STORYMIRROR

Sanjukta Sahoo

Tragedy

2  

Sanjukta Sahoo

Tragedy

ଇଛାମୟ

ଇଛାମୟ

1 min
13.8K


ଆସିଥିଲ ତୁମେ ନିଜ ଇଛାମତେ

ସତେ ଅବା ବାଟ ଭୁଲି

ମନେ ମୋ ଭରିଲ ଶ୍ରାବଣର ଭାଷା

ବୁଣି ବଇଶାଖୀ ବାଲି

ଅଳପ ଆଳାପର ଜାଦୁଗର ତୁମେ

ଲୁଟିନେଲ ସବୁ ଧ୍ୟାନ

ସ୍ନିଗ୍ଧ ମିଠା ଶବ୍ଦେ ଭରିଲ ହୃଦୟ

ପୁଣି ପରକଲ ମନ

ଗାଧୁଆ ତୁଠର ପଥର ପରି ମୁଁ

ରହିଅଛି ଯାହା କୂଳେ

ବାସି ବସନ୍ତରେ ଅତରର ମାୟା

ମଉଳା ଜହ୍ନେ କି ମିଳେ ।।

ସଂଯୁକ୍ତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sanjukta Sahoo

ଜୀବନ

ଜୀବନ

1 min ପଢ଼ନ୍ତୁ

ଇଛାମୟ

ଇଛାମୟ

1 min ପଢ଼ନ୍ତୁ

Similar oriya poem from Tragedy