Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମେଶ ଚନ୍ଦ୍ର ଯେନା

Tragedy

3  

ଉମେଶ ଚନ୍ଦ୍ର ଯେନା

Tragedy

ହେ ସ୍ବପ୍ନ

ହେ ସ୍ବପ୍ନ

1 min
193


ହେ ସ୍ବପ୍ନ 

ତୁମେ ହଜି ଯାଅ 

ରାତିର ଅନ୍ଧାର ଭିତରେ 

ତୁମେ ପୁଣି ମନେ ପଡ 

ବାପାଙ୍କ ଜାମାର ଝାଳୁଆ ଗନ୍ଧ ରେ l

ହେ ସ୍ବପ୍ନ 

ତୁମେ ପୁଣି ମନେ ପଡ 

ପୂଜାର ଥାଳିରେ 

ଭଉଣୀ ଟା ରାକ୍ଷୀ ବାନ୍ଧି 

ଖାଲି ହାତେ ଚାଲି ଗଲା ପରେ l

ହେ ସ୍ବପ୍ନ 

ତୁମେ ପୁଣି ମନେ ପଡ 

ମୋ ଭୋକିଲା ପେଟରେ 

ଭାତ ଆଉ ପିଆଜ କୁ ଖାଇ 

ଉଠି ଗଲା ପରେ l

ହେ ସ୍ବପ୍ନ 

ତୁମେ ପୁଣି ମନେ ପଡ

ସାଙ୍ଗ ସାଥି ମେଳେ 

ବଣ ଭୋଜି ଆୟୋଜନେ

      ମୁଁ 

ପଛ ଘୁଞ୍ଚା ଦେଲା ବେଳେ l

ହେ ସ୍ବପ୍ନ 

ତୁମେ ପୁଣି ଫେରି ଆସ 

ମୋ ଜୀବନ ର ଲକ୍ଷ୍ୟ ରେ 

ମୋ ଲକ୍ଷ୍ୟ ପୁଣି ହଜିଯାଏ 

ତୁମରି ପାଖରେ ରେ l


Rate this content
Log in

Similar oriya poem from Tragedy