Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମେଶ ଚନ୍ଦ୍ର ଯେନା

Tragedy

3  

ଉମେଶ ଚନ୍ଦ୍ର ଯେନା

Tragedy

ହେ ସ୍ବପ୍ନ

ହେ ସ୍ବପ୍ନ

1 min
189


ହେ ସ୍ବପ୍ନ 

ତୁମେ ହଜି ଯାଅ

ରାତିର ଅନ୍ଧାର ଭିତରେ 

ତୁମେ ପୁଣି ମନେ ପଡ 

ବାପାଙ୍କ ଜାମା ର ଝାଳୁଆ ଗନ୍ଧ ରେ l

ହେ ସ୍ବପ୍ନ 

ତୁମେ ପୁଣି ମନେ ପଡ 

ପୂଜାର ଥାଳିରେ 

ଭଉଣୀ ଟା ରାକ୍ଷୀ ବାନ୍ଧି 

ଖାଲି ହାତେ ଚାଲି ଗଲାପରେ l

ହେ ସ୍ବପ୍ନ 

ତୁମେ ପୁଣି ମନେ ପଡ 

ମୋ ଭୋକିଲା ପେଟରେ 

ଭାତ ଆଉ ପିଆଜ କୁ ଖାଇ 

ଉଠିଗଲା ପରେ l

ହେ ସ୍ବପ୍ନ 

ତୁମେ ପୁଣି ମନେ ପଡ 

ସାଙ୍ଗ ସାଥି ମେଳେ 

ବଣଭୋଜି ଆୟୋଜନେ 

      ମୁଁ

ପଛ ଘୁଞ୍ଚା ଦେଲା ବେଳେ l

 ହେ ସ୍ବପ୍ନ 

ତୁମେ ପୁଣି ଫେରି ଆସ 

ମୋ ଜୀବନର ଲକ୍ଷ୍ୟ ରେ 

ସେ ଲକ୍ଷ୍ୟ ପୁଣି ହଜି ଯାଏ 

ତୁମରି ଭିତରେ l

                   


 



Rate this content
Log in

Similar oriya poem from Tragedy