STORYMIRROR

ଉମେଶ ଚନ୍ଦ୍ର ଯେନା

Tragedy

3  

ଉମେଶ ଚନ୍ଦ୍ର ଯେନା

Tragedy

ମାଆ ତୋ ଭୋକରେ ଗୀତଟିଏ

ମାଆ ତୋ ଭୋକରେ ଗୀତଟିଏ

1 min
163


ମାଆ, ଆଉ ନିଦ ହେଉନି ଲୋ 

ଯୋଉଥିରେ ଶୋଉ ଶୋଉ 

ନିଦ ଆସୁଥିଲା 

ମୋ କାନ ପାଖରେ ଶୁଭୁଥିଲା 

ଗୀତଟିଏ 

" ନିଦ ମାଉସୀ ନିଦ ମାଉସୀ "

" ଶୁଆଇ ଦେ ମୋ ଧନକୁ ଆସି " l


ମାଆ ଲୋ ତୋ ମିଛ ଗପ 

ଆଜି ସତ ହେଉଛି 

ଅଳିଆ ଗଦାରୁ 

ଗଦିଟିଏ 

ମୋ ପିଠିକୁ ଦରଜ ଦେଉଛି 

ମିଛ ମିଛ

ସ୍ୱପ୍ନ ଦେଖେଇ 

ମିଛ ଜହ୍ନଟିଏ ଦେଖେଇ 

ଅନ୍ଧାର ଆଡକୁ 

ଟାଣି ନେଉଛି 

ହସି ହସି 

ଗୀତଟେ ଗାଉଛି 

" ଆ ଜହ୍ନ ମାମୁଁ ସରଗ ଶଶୀ "

"ମୋ କାହ୍ନୁ ହାତରେ ପଡ଼ରେ 

ଖସି " l


ମାଆ ଆଜି ଭୋକ ହେଉନି ଲୋ 

ଏଠି ନାହିଁ ତୋ ହାତ ତିଆରି 

ଶାଗ ପଖାଳ 

ଯୋଉଥିରେ 

ମୁଁ ଚାରି ଗୁଣ୍ଡା ଖାଇଲେ 

ତୁ ଗୋଟେ 

ଗୁଣ୍ଡ

ା ଖାଉଥିଲୁ 

ସେଇଥିରେ 

ଆମ ପେଟ ପୁରୁଥିଲା 

ତା ଭିତରେ କେତେ ଗାଳି 

ଆଉ କେତେ 

ବାହାନାରେ ଖୁଆଉଥିଲୁ 

ବିଲେଇ ଖାଇଦେବ 

କୁକୁର ନେଇଯିବ କହି l


ମା ଲୋ ଏବେ ବି 

ଚି଼ହ୍ନ ଅଛି ମୋ ପିଠିରେ 

ତୋ ସ୍ନେହ ବୋଳା ଚାପୁଡ଼ା 

ଆଜି ବି ଖୋଜୁଛି ସେଇ 

ସେଇ ଶାଗ 

ପଖାଳ 

ଦରକାର ନାହିଁ 

ମତେ ମଦ ମାଂସ 

ଝୋଳ l


ମାଆଲୋ ଆଜି ଆଉ କାହା 

ମୁହଁରେ 

ତୋ ମୁହଁ

ଦେଖା ଯାଉଛି 

ଖାଲି ଭୋକ ଭୋକ ବୋଲି 

ବାର ଦୁଆର ହେଉଛି 

ଅଇଁଠା ପତ୍ରରୁ ଭାତ 

ମୁଠାଏ ଆଣି 

ସେ ଗୀତ ଗାଉଛି 

"ଭାତ ଖାଉଁ

ଡାଲି ଖାଉଁ 

ତରକାରୀ ଖାଉଁ 

ମାଛ ଖାଉଁ " l 


Rate this content
Log in

Similar oriya poem from Tragedy