Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Classics

4  

ABADHOOT PANDA

Classics

ହେ ମହାପ୍ରଭୁ

ହେ ମହାପ୍ରଭୁ

1 min
306


           

ଜଗନ୍ନାଥ ମହାପ୍ରଭୁ ବିଜେ କର ଆମ ନୀଳୟେ ବାରମ୍ବାର କରୁ ବିନତି ତବ ଶ୍ରୀଚରଣ ତଳେ |

କାହିଁକି କରୁଛ ପ୍ରଭୁ ହେ ଆମକୁ ହୀନିମାନ କଳି କାଳର ହୀନପ୍ରଭାବର କରାଳ ବକ୍ର ଦୃଷ୍ଟି ବଳେ |


ରୋଗ ଶୋକ ମହାମାରୀ ଦୁଃଖ ଦୁର୍ବିପାକ ଗ୍ରାସ କରି ଆସୁଅଛି ବର୍ଷ ବର୍ଷ ଧରି ମୁକ୍ତିର ବାଟ ପାଉନୁ ଆମେ |

ସାରା ଉତ୍କଳ କାନ୍ଦେ ଆଜି କଇଁ କଇଁ ଭୋକ ଶୋକ ଅନାହାରେ ମଧ୍ୟ୍ୟ ନିମ୍ନ ମଧ୍ୟବିତ୍ତ ପରିବାର ଧନାର୍ଜନ କର୍ମେ |


ମହାମାରୀ ଦାଉ ସାଧିଲା ଦୀର୍ଘ କାଳ ମର୍ତ୍ତ୍ୟଭୂମେ ଯାହାକୁ ଆଦୌ ଦେଖି ନଥିଲେ କେବେ ଶାନ୍ତ ସ୍ନିଗ୍ଧ ସୁଜନ ମଣ୍ଡଳୀ |

ଧନ ସ୍ୱାସ୍ଥ୍ୟ ଯୌବନ ଆବାଳ ବୃଦ୍ଧ ବନିତାଙ୍କର ସବୁ ହେଲା ହାନୀ ଖୋଜି ଖୋଜି ପରମ ପିତାଙ୍କର ଶ୍ରଦ୍ଧାପୂର୍ଣ୍ଣ ପୁଟୁଳି |


ହେ ମହାପ୍ରଭୁ ଚକାଡୋଳା ତଵ ଶୁଭାଶୀଷ ଦିଅ ଢାଳି ବିଶ୍ୱ ବାସୀଙ୍କ ମସ୍ତକେ ପ୍ରସାରଣ କରି ତଵ ମହାଶକ୍ତିଶାଳୀ ବାହୁ |

ସଙ୍କଟ ହେଉ ଦୂରୀଭୂତ ବିଶ୍ୱ୍ୟୁ ବିରାଜୁ ସତ୍ୟ ଶାନ୍ତି ଦୟା କ୍ଷମାର ସାମ୍ରାଜ୍ୟ ଚିର ସବୁଜିମା ଖେଳି ଶସ୍ୟ କ୍ଷେତ୍ରେ କଟିଯାଉ ରାହୁ |

         


Rate this content
Log in

Similar oriya poem from Classics