STORYMIRROR

Manorama Mohanty

Abstract

2  

Manorama Mohanty

Abstract

ହେ ଲୌହମାନବ

ହେ ଲୌହମାନବ

1 min
139

ହେ ଲୌହମାନବ  ସର୍ଦ୍ଦାର ପଟେଲ 

       ଦେଖୁଛ କି ଦୂରେ ଥାଇ, 

ତୁମ ଜନ୍ମ ଲଗ୍ନ    ପାଳୁଛି ଏ ଦେଶ 

       ଆନନ୍ଦ ଉଲ୍ଲାସ ନେଇ

   

(ତଥାପି) ଝୁରନ୍ତି ଭାରତ ବାସୀ 

      ଗୁଣି ତୁମ ଗୁଣରାଶି, 

ଜାତୀୟ ଏକତା   ଦିବସ ପାଳନ୍ତି 

      ତୁମ ସ୍ମୃତି ହୃଦେ ଧ୍ୟାୟି


ଭାରତ ର ପ୍ରତି   ଜନତା ର ପ୍ରାଣେ 

       ତ୍ୟାଗ ର ପ୍ରତୀକ ହୋଇ, 

ଏତେ ସ୍ୱାର୍ଥତ୍ୟାଗୀ  ମଣିଷ ଟେ ଥିଲ 

       କି ମନ୍ତ୍ର ଦେଲ ଶୁଣାଇ


       ଆବାଳ ବୃଦ୍ଧବନିତା 

       ଶୋକେ ହୋଇ ଜର୍ଜରିତା

ପାଳୁଛନ୍ତି ତୁମ    ଜନ୍ମ ଦିବସ କୁ 

      ଏକତା ଶପଥ ନେଇ


ଭାରତ ର ଭାଗ୍ୟ    ଆକାଶ ରେ ତୁମେ 

         ଅସ୍ତମିତ ରବି ସାଜି, 

ନୂଆ ସକାଳ ର   ଆଲୋକ ବିଛାଇ 

        ଅମର ହୋଇଛ ଆଜି


       ହିଂସା ଦ୍ୱେଷ ଦୂରକରି 

      ଶାନ୍ତି ର ପ୍ରତିଷ୍ଠା କରି 

ଦେଶ ଆଉ ଜାତି   ପାଇଁ ହେ ପୁଣ୍ୟାତ୍ମା 

        ସଂହତି ବାଜା ବଜାଇ


ଅବତରି ଆସ     ହେ ମହାନାୟକ 

       ତୁମେ ଧର୍ମାତ୍ମା ମଣିଷ, 

ଭାରତ ର ଦ୍ଵିତୀ    ସ୍ରଷ୍ଟା ହେ ପଟେଲ 

       ଦିଅନ୍ତୁ ଶୁଭ ଆଶିଷ


     ତୁମରି ଆଶିଷ ପାଇ 

     ତୁମରି ନୀତିରେ ଯାଇ 

ତୁମ ଆଦର୍ଶ କୁ     ମୂଳ ମନ୍ତ୍ର କରି 

      ଏକତା ରହୁ ବଜାୟୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract