STORYMIRROR

Sabitri Dhal

Abstract Inspirational Others

2  

Sabitri Dhal

Abstract Inspirational Others

ହେ ବୀର ଯବାନ

ହେ ବୀର ଯବାନ

1 min
413


ପ୍ରଣାମ କରୁଛି,

ହେ ବୀର ଯବାନ,

ଜାତୀୟ ପତାକା ଧରି,

ପୂଲ୍ଵମା ଆଜି,

ରକ୍ତରେ ରଞ୍ଜିତ,

କି ଦୋଷ ଥିଲା ତୁମରି ।


ଆତ୍ମ ବଳି ଦେଇ,

ସହିଦ୍ ସଜିଲ,

ଦେଶ ମାତୃକାର ପାଇଁ,

ଅମର ହୋଇଲ,

ମାଟି ମାଆ ପାଇଁ,

ଜାତୀୟ ବାନା ଉଡ଼ାଇ ।


ଝୁରୁଛି ଆକୁଲେ,

ଆତ୍ମୀୟ ସ୍ୱଜନ,

ଝୁରନ୍ତି ଭାରତ ବାସି,

ଚଳ କପଟରେ ପଶା ପାଳି ଖେଳେ,

ପ୍ରମାଣ ଖୋଜୁଛି ପାଜି ।


ନିଷ୍ଠୁର ଭାବରେ,

ଆତଙ୍କ ଚଳାଇ,

ରକ୍ତରେ ଖେଳନ୍ତି ହୋଲି,

ଅସ୍ତ୍ରର ଜବାବ,

ଅସ୍ତ୍ରରେ ଦେବୁରେ,

ବୀର ଭୂମି ପୁତ୍ର ତୁହି ।


ମରିବୁ ପଛକେ,

ପଚ୍ଛ ଘୁଞ୍ଚା ହେବା,

ତୋ ଜାତକେ ପରା ନାହିଁ,

ଉଠାଅ କମାନ,

ଖଣ୍ଡା ତରୱାରି,

ଆତଙ୍କ ନିପାତ କର ।


ଶେଷ ଶ୍ରଦ୍ଧାଞ୍ଜଳି,

କରୁଛି ପ୍ରଦାନ,

ହେ ମୋର ବୀର ଯବାନ,

ଫେରି ତୁ ଆସିବୁ,

ବଦଳା ନେଇରେ,

ମା କୋଳ କରି ମଣ୍ଡନ ||


ନାମ - ସାବିତ୍ରୀ ଧଳ

Reg no. - 1952



Rate this content
Log in

Similar oriya poem from Abstract