STORYMIRROR

Sabitri Dhal

Others

3  

Sabitri Dhal

Others

ହୋଲି

ହୋଲି

1 min
437


ଫଗୁଣ ଝୁଲାରେ ଝୁଲି ଝୁଲି ଦେଖି

ଆସିଯେ ଗଲାଣି ହୋଲି

ନାନଯାତିରଙ୍ଗେ ପସରା ମେଲାଇ

କରିବେ ସ୍ବାଗତ ବୋଲି |

ବୃନ୍ଦାବନ କୁଞ୍ଜେ ବାଇଁଶିର ସ୍ୱରେ

ଗୋପାଙନା ହେଲେ ବାଈ

ବ୍ରଜଭୂମି ଧୂଳି ଅଭିର ରଙ୍ଗରେ

ସମର୍ପି ଲେ କୃଷ୍ଣ ପାଇଁ

ମନର ପୁଲକେ ଆନନ୍ଦ ଉଲସେ

ବସନ୍ତ ମଧୁର ଗାଥା

ଗାଇଲେ ହରଷେ ଗୀତଗୋବିନ୍ଦ ର

ଲଳିତ ଲବଙ୍ଗ ଲତା

ମଳୟ ପବନ ମଧୁର ମୂର୍ଚ୍ଚନା

ଝୁମୁକି ଉଠିଲା ଧରା

ମଠରୁ ମନ୍ଦିର ଗାଁରୁ ସହର

ଏଇ ଆମ ପରମ୍ପରା


କବୟିତ୍ରୀ : ସାବିତ୍ରୀ ଧଳ


Rate this content
Log in