STORYMIRROR

Alok Behera

Children Others

2  

Alok Behera

Children Others

ଗୁଣ୍ଡୁଚି ମୂଷା

ଗୁଣ୍ଡୁଚି ମୂଷା

1 min
588


ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା

ଆମ ବାଡ଼ିରେ ଯେଉଁ ନିମ୍ବଗଛ ଅଛି

ସେଠି କରିଛୁ ତୁ ତୋହରି ବସା

ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା

ମତେ ଦେଖି ତୁ କାହିଁ ଲୁଚି ଯାଉ

ମୋ ପ୍ରତି କଣ ତୋର ନାହିଁ ଭରଷା

ଗୁଣ୍ଡଚି ମୂଷା ରେ ଗୁଣ୍ଡୁଚି ମୂଷା

ତତେ ଦେଖେ ମୁଁ ଆମ ବଗିଚାରେ

ତୁ ମନେ ରଖିଥାଉ ଫଳ ଖାଇବା ଆଶା

ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା

ମୁଁ ଫଳ ଦେଲେ ତୁ ନ ଖାଇ ପଳାଉ

ମୋ ପ୍ରତି ତୋର କଣ ଅଛି ରାଗରୁଷା

ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା

ଦେହଟି କେତେ ଛୋଟିଆ ତୋର

ତଥାପି ତୁ ନ କରୁ ଭୟ

ଏ ଗଛରୁ ସେ ଗଛ ପତଳା ଡ଼ାହି ରେ

ଦଉଡି ଯାଉ ତୁ ଅତି ଚଞ୍ଚଳ

ତୋର ଚି ଚି ଶବ୍ଦ ମୋ କାନେ ବାଜି

ମୋ ମନ ହୋଇଯାଏ ଅତି ନିର୍ମଳ

ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା

ମୁଁ ତତେ କେତେ ଭଲପାଏ

ମୋ ମନେ ଦୁଃଖ ଯେତେ ଥାଉ ପଛେ

ତତେ ଦେଖି ମତେ ମିଳେ

ସୁଖର ଆଢୁଆଳ

ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା

ତତେ ନେଇ ଏ କବିତା ଲେଖିଲି

ଯଦି ମୋ ମନକୁ ବୁଝି ପାଇଲୁ ତୁ

ଚି ଚି ଶବ୍ଦ ରେ ଧନ୍ୟବାଦ ଜଣାଇଦେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children