ଗୁଣ୍ଡୁଚି ମୂଷା
ଗୁଣ୍ଡୁଚି ମୂଷା
ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
ଆମ ବାଡ଼ିରେ ଯେଉଁ ନିମ୍ବଗଛ ଅଛି
ସେଠି କରିଛୁ ତୁ ତୋହରି ବସା
ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
ମତେ ଦେଖି ତୁ କାହିଁ ଲୁଚି ଯାଉ
ମୋ ପ୍ରତି କଣ ତୋର ନାହିଁ ଭରଷା
ଗୁଣ୍ଡଚି ମୂଷା ରେ ଗୁଣ୍ଡୁଚି ମୂଷା
ତତେ ଦେଖେ ମୁଁ ଆମ ବଗିଚାରେ
ତୁ ମନେ ରଖିଥାଉ ଫଳ ଖାଇବା ଆଶା
ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
ମୁଁ ଫଳ ଦେଲେ ତୁ ନ ଖାଇ ପଳାଉ
ମୋ ପ୍ରତି ତୋର କଣ ଅଛି ରାଗରୁଷା
ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
ଦେହଟି କେତେ ଛୋଟିଆ ତୋର
ତଥାପି ତୁ ନ କରୁ ଭୟ
ଏ ଗଛରୁ ସେ ଗଛ ପତଳା ଡ଼ାହି ରେ
ଦଉଡି ଯାଉ ତୁ ଅତି ଚଞ୍ଚଳ
ତୋର ଚି ଚି ଶବ୍ଦ ମୋ କାନେ ବାଜି
ମୋ ମନ ହୋଇଯାଏ ଅତି ନିର୍ମଳ
ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
ମୁଁ ତତେ କେତେ ଭଲପାଏ
ମୋ ମନେ ଦୁଃଖ ଯେତେ ଥାଉ ପଛେ
ତତେ ଦେଖି ମତେ ମିଳେ
ସୁଖର ଆଢୁଆଳ
ଗୁଣ୍ଡୁଚି ମୂଷା ରେ ଗୁଣ୍ଡୁଚି ମୂଷା
ତତେ ନେଇ ଏ କବିତା ଲେଖିଲି
ଯଦି ମୋ ମନକୁ ବୁଝି ପାଇଲୁ ତୁ
ଚି ଚି ଶବ୍ଦ ରେ ଧନ୍ୟବାଦ ଜଣାଇଦେ
