STORYMIRROR

Dr. Diptiranjan Behera

Abstract

2.5  

Dr. Diptiranjan Behera

Abstract

ଗଲାପରେ ତୁ

ଗଲାପରେ ତୁ

1 min
13.9K


ଭାବୁଥିଲୁ ତୁ ପ୍ରେମକୁ ମୋହର 

ପିଲାବେଳ ବାଲି ଖେଳ 

ସେଥିପାଇଁ ବୋଧେ ଭାଙ୍ଗି ଚାଲିଗଲୁ 

ନହେବା ଆଗରୁ ବେଳ ||


ଗଲାବେଳେ ତୁ ଫେରି ଚାହିଁଲୁନି 

ଥରଟିଏ ପାଇଁ ମୋତେ 

ଲାଗୁଥିଲା କାଇଁ ସତରେ ଯେମିତି 

ଭାରି ଶୀଘ୍ରଥିଲା ତୋତେ ||


ମନେପଡେ ସବୁ କହିଥିଲୁ ଯାହା 

ତୁ ମୋର ହାତ ଧରି 

ସବୁ ଜନମରେ ରହିବୁ ସାଥିରେ 

ପ୍ରେମିକା ମୋ ହୋଇ କରି ||


କଥାତୋର ସବୁ କଥାରେ ରହିଲା

ଶପଥ ପାଣିର ଗାର 

ଆଜି ବି ଭାବୁଛି ଚାହିଁ ମୁଁ ରହିଛି 

ବୁହାଇ ଲୁହର ଧାର ||


—————


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract