ଘରଣୀଙ୍କ ବ୍ୟଥା
ଘରଣୀଙ୍କ ବ୍ୟଥା
ପତ୍ନୀ ମୋ କହିଲେ ଶୁଣୁଛ ,
ଏବେ ଦେଶରେ ଅର୍ଥ ବ୍ୟବସ୍ଥା ଭୁସୁଡୁଛି ଜାଣୁଛ !
ପୁଣି ଏବେ ଯାହା ପରିସ୍ଥିତି ହେଲାଣି ,
କେତେଦିନ ଆଉ ଘରେ ବନ୍ଦୀ ରହିବ କେଜାଣି !
ମୁଁ କହିଲି ତମକୁ ଦେଶର ଚିନ୍ତା କେବେଠୁ ହେଲାଣି ,
ପୁଣି ଏବେ ସିରିଏଲ ଛାଡି ନ୍ୟୁଜ ଦେଖିଲଣି ??
ଟିକେ ହସିଦେଇ ପତ୍ନୀ କହିଲେ ନାଇଁମ ସେକଥା ନୁହେଁ ,
ଏବେ ସିରିଏଲ ରେ ନୂଆ ଏପିସୋଡ଼ ଆସିବା ସମ୍ଭବ ନୁହେଁ ।
ତାପରେ କହିଲି ଆଛା ଜାଣି ନଥିଲି ମୁଁ ଏମନ୍ତ କଥା ,
ଭାବିବସିଥିଲି ତମକୁ ବି ହେଲାଣି ଦେଶର ବ୍ୟଥା ।।
