STORYMIRROR

Prafulla Sarangi

Abstract Fantasy Inspirational

3  

Prafulla Sarangi

Abstract Fantasy Inspirational

ଘୋଡ଼ାମୁହାଁ/ଘଡ଼ାମୁହାଁ।

ଘୋଡ଼ାମୁହାଁ/ଘଡ଼ାମୁହାଁ।

1 min
194


କାକର ଧରିଲେ ଘଡ଼ାପୁରେ ନାହିଁ

ବଡ଼ଲୋକ କହିଛନ୍ତି,

ବଂଶନାଶ ବେଳେ ଘୋଡ଼ାମୁହାଁ ପୁଅ

କୁଳେ ଜନମ ନିଅନ୍ତି।

ଲୋକମୁଖେ ଘୋଡ଼ାମୁହାଁ ଡାକି କେହି

ଅପଭ୍ରଂଶ କରି କହେ,

ଏ ପୁଅ ଜନ୍ମିଲେ ଅକାଳରେ ବଂଶ 

ଆପେ ଲୋପ ପାଇଥାଏ।

ପୁରାଣ ପ୍ରମାଣେ ଦ୍ବାପର ଯୁଗର 

ପତନ ଆରମ୍ଭ କାଳେ,

ପରଧନ ପରନାରୀ ହରଣରେ

ଯଦୁବଂଶ ନାଶଗଲେ।

ଯଦୁବଂଶୀ ଗଣ ଘଡ଼ା ଭରି ପାନ

କରୁଥିଲେ କାଦମ୍ବରୀ,

ନିଶାରେ ବାଉଳି ବଡ଼-ସାନ ଜ୍ଞାନ 

ନଥିଲା ମନେ କାହାରି।

ଶାମ୍ବକୁ ସଜାଇ ନାରୀବେଶେ

ଅଷ୍ଟ-ବକ୍ରଋଷି ଆଗେ ଉଭା,

କରାଇଲେ ନିଶା ଭୋଳେ ଶାମ୍ବ ଶାପେ

ଲୌହ-ମୁଷଳ ପ୍ରସବା।

ପରକାଳେ ଏହି ଲୌହ-ମୁଷଳଟି

ଯଦୁବଂଶ ନାଶ କଲା,

ଘୋଡ଼ାମୁହାଁ ପୁଅ କୁଳେ ଜାତ ହୋଇ

ସବୁକୁ ବିଗାଡ଼ି ଦେଲା।

ସ୍ବୟଂ ନାରାୟଣ ରଖି ପାରିଲେନି

କୁଳକୁ ଧ୍ବଂସ ମୁଖରୁ,

ଶିଆଳି ଲଟାରେ ଆପେ ନାଶଗଲେ

ଜାରା ଶବର ତୀରରୁ।

ସଗର ବଂଶରେ ଜନ୍ମି ଭଗୀରଥ 

କଠିନ ତପ ଆଚରି,

ବଂଶର ଉଦ୍ଧାର କରିଲେ ଗଙ୍ଗାଙ୍କୁ

ଅଣାଇଲେ ଅବତାରି।

ସାଜନ୍ତି ଯେ କାଳେ ରଜାରୁ ପ୍ରଜାଏ 

ଘଡାମୁହାଁ ରାଜ୍ଯ ସାରା,

ପତନ ସମୟ ଉପଗତ ବୋଲି

ଜଣା ପଡ଼ିଥାଏ ପରା।

ଧନ ନିଶା କା'ର ମାନ ନିଶା କା'ର

ସିଂହାସନ ନିଶା କା'ର,

ନାରୀମାଂସ ନିଶା ଘାରିଛି କାହାକୁ

ମଦ ନିଶାରେ କେ ଚୂର।

ନିଶାରେ ବାଉଳି ବାପାଙ୍କୁ ମଉସା

ଡାକିବା ହୁଅଇ ପରା।,

ପରଦାରା ମାନେ ଆତ୍ମ ଦାରାପରି 

ଦିଶନ୍ତି ରାଇଜ ସାରା।

ଆମ୍ବ ଗଛେ ଦିଶେ ଆମ୍ବଡ଼ା ଫଳିବା 

ପିଆଜ ମୂଳେ ରସୁଣ ,

ଗାଈମାନେ ସବୁ ଘୋଡ଼ା ଦେଖାଯାନ୍ତି

ମଦୁଆ ଆଖିର ଗୁଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract