Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aditya Das

Romance

3  

Aditya Das

Romance

ଗେହ୍ଲାର ପସରା

ଗେହ୍ଲାର ପସରା

1 min
6.9K


ପ୍ରତିଟି ସକାଳ ହୁଏ ମୋ ଆରମ୍ଭ

ତୁମ ସପନର ଶେଷେ,

ପହିଲି ପଲକେ ତୁମ ଭ୍ରମ ଛବି

ପୂର୍ଣ୍ଣ ଭଳି ମୋତେ ଦିଶେ ।

ସ୍ମୃତି ଝରକାରେ ଚାହୁଁ ଅଛ ତୁମେ

ହୃଦୟ ମନ୍ଦିରେ ରହି,

ମନର ବିପିନେ କ୍ଳାନ୍ତ ତୁଟାଉଛ

ଘେନି ପ୍ରେମ ଶାନ୍ତି ଛାଇ ।

ସେନେହ କୁସୁମେ ନିଦ୍ରା ଯାଉଅଛ

ଶେଯ କରି କୁସୁମିତ,

ହୃଦ ସ୍ପନ୍ଦନର କରତାଡ଼ ପାଇ

ଲଭୁଅଛ ଅତି ପ୍ରୀତ ।

ତପତ ତନୁକୁ ସ୍ପର୍ଶ ତୁଷାରରେ

ଦେଉଛ ଶୀତଳ କରି,

ନୟନ ଚାହାଣୀ ବଡ଼ସିରେ ତୁମେ

ମନକୁ କରୁଛ ଚୋରି ।

ଗଜଗମନା ଗୋ ବସୁଧା ମଣ୍ଡନା

ପଙ୍କଜ ନୟନୀ ମୋର,

କି ବର୍ଣ୍ଣିବି ତୁମ ରୂପ ଲାବଣ୍ୟ ଗୋ

ମୁଖ ଜିଣେ ନିଶାକର ।

ସଦା ତୁମେ ମୋର ଗେହ୍ଲାର ପସରା

ମୋ ଜୀବନେ ଥାଅ ସାଜି,

ସାତ ଜନ୍ମ ଯାଏଁ ପ୍ରେମର ବର୍ଷାରେ

ଯାଉଥିବି ମୁହିଁ ଭିଜି ।

କବି ଆଦିତ୍ୟ ଦାଶ,

ବଡ଼ବାଡ଼,କୋଳିଗାଁ,

ଇଚ୍ଛାପୁରମ,ଶ୍ରୀକାକୁଲମ ଜିଲ୍ଲା

ଆନ୍ଧ୍ରପ୍ରଦେଶ ।


Rate this content
Log in

Similar oriya poem from Romance