STORYMIRROR

SAGAR RUBI

Abstract Classics Inspirational

4  

SAGAR RUBI

Abstract Classics Inspirational

ଗଢ଼ି ଯାଉଥିବ ନନ୍ଦିଘୋଷ ରଥ

ଗଢ଼ି ଯାଉଥିବ ନନ୍ଦିଘୋଷ ରଥ

1 min
214


ଗଢି ଯାଉଥିବ ନନ୍ଦିଘୋଷ ରଥ

   ବହୁ ଥବ ଲୁହ ନେତ୍ରେ

ଉର୍ଦ୍ଧ୍ବ ବାହୁ ତୋଳି ଉଚ୍ଚେ ଡାକୁଥିବି

   ହେ କଳା ବାମନ ତୋତେ।


ପଶି ଯାଉଥିବି ଭିଡ଼ ଭିତରକୁ

  ଟାଣିବି ରଥ ଦଉଡ଼ି

ଡରିବି କାହିଁକି ମଲେ ମରିଯିବି

   ଭକତ ଧକ୍କା ରେ ପଡ଼ି ।


ଧନ୍ୟ ହୋଇଯିବ ଜୀବନ ମୋହର

   ଏଡେ ଭାଗ୍ୟ ହେବ ସତେ

ଗଡି ଯାଉଥିବ ନନ୍ଦିଘୋଷ ରଥ

   ବହୁ ଥିବ ଲୁହ ନେତ୍ରେ।


ଘଣ୍ଟ ବାଜୁଥିବ ଭକ୍ତ ନାଚୁ ଥିବ

  ହରି ବୋଲ ଶୁଭୁ ଥିବ

ଷୋଳ ଚକ ଶବ୍ଦ ଘର ଘର ନାଦ

  ଗଗନ କୁ ଭେଦୁ ଥିବ ।


ନାଲିଆ ଅଧରୁ ସୁଧା ଝରା ହସ

  ପାନ ତୃପ୍ତ ନେତ୍ର ପାତ୍ରେ

ଗଡ଼ି ଥାଉ ଥିବ ନନ୍ଦିଘୋଷ ରଥ

  ଲୁହ ବହୁଥିବ ନେତ୍ରେ।


ସବୁ ବନ୍ଧନକୁ ତୁଟେଇ ଦେଏ ରେ

  ଲଗାଇଦେ ତୋର ଡୋରି

ଏ ଦୀନ ମାଗୁଣି ଅଳି ତୋ ପାଦରେ

   ଦେବୁନି ନିରାଶ କରି ।


କୋଟି ଭକତରୁ ମୁଁ ଗୋଟିଏ ଉଣା

  ନ କରିବୁ ପ୍ରଭୁ ମୋତେ

ଗଡ଼ି ଯାଇଥିବ ନନ୍ଦିଘୋଷ ରଥ

  ଲୁହ ବହୁ ଥିବ ନେତ୍ରେ।


Rate this content
Log in

Similar oriya poem from Abstract