ଗଛଟିଏ ମୁଁ ଗଛଟିଏ
ଗଛଟିଏ ମୁଁ ଗଛଟିଏ
ଗଛଟିଏ ମୁଁ ଗଛଟିଏ
ତୁମ ଅନ୍ତରଙ୍ଗ ମିତଟିଏ
ଜୀବନ ତମାମ ସ୍ଥିର ନିର୍ବିକଳ୍ପ
କରୁଛି ସାଧନା ନୀରବ ସାଧକ
ସଞ୍ଜିବୀତ କରେ ପ୍ରାଣକୁ ସତତ
ମୁଁ ଯୋଗୀ ଋଷି ତପସ୍ବୀଟିଏ ।
ଗଛଟିଏ ମୁଁ ଗଛଟିଏ
ସବୁଜିମା ପତ୍ରେ ଭରିଥାଏ
ସଂଶ୍ଳେଷି ଆଲୋକ ଆହରେ ମୁଁ ଶକ୍ତି
ଜାତି ଜାତି ରଙ୍ଗ ସୁମନ ବିକଶି
ସୁଖଶାନ୍ତି ମନେ ଆଣିଦିଏ
ଫୁଲଫଳ ଛାୟା ଦେଇଥାଏ ।
ଗଛଟିଏ ମୁଁ ଗଛଟିଏ
ଜୀବନ ମୋ ପାଇଁ ଉନ୍ମେଷ ହୁଏ
ଶୋଷି ଅଙ୍ଗାରାମ୍ଳ ଛାଡେ ଅମ୍ଳଜାନ
ଶୁଦ୍ଧ କରେ ସଦା ବାୟୁ ପ୍ରଦୂଷଣ
ଜୀବ ବଞ୍ଚେ ତାହା ପ୍ରଶ୍ବାସେ ଗ୍ରାହେ ।
ଗଛଟିଏ ମୁଁ ଗଛଟିଏ
ଉପକାରୀ ତୁମ ପୂର୍ବଜ ପ୍ରାୟେ
ଆସେ ଦରକାରେ ପ୍ରତିଟି କ୍ଷେତ୍ରରେ
ତଥାପି ମୋ ପ୍ରତି ହୁଏ ଅବିଚାରେ
ଧ୍ବଂସ କଲେ ମୋତେ ପାରିବକି ବଞ୍ଚି
ନିିଜେ ପଚାର ମନକୁ ଥରଟିଏ ।।