STORYMIRROR

Ranganath Rath

Inspirational Others

3  

Ranganath Rath

Inspirational Others

ଏମିତି ଏକ ମିଳନ୍ତା ସାଥୀ

ଏମିତି ଏକ ମିଳନ୍ତା ସାଥୀ

1 min
13K


ଖୋଜୁଛି ଏକ ଦରଦୀ ସାଥୀ

ହଜାଇ ଦେଇ ଛାତିରୁ ତାତି

ଭିଜା ନୟନ ପୋଛି;

ମନ ଗହନ ଅକୁହା କଥା

ବୁଝି ହରନ୍ତା ଅନ୍ତର ବ୍ୟଥା

ଲଭନ୍ତି ଶାନ୍ତି କିଛି ।। (୧)

ଏମିତି ଏକ ମିଳନ୍ତା ସାଥୀ

କରନ୍ତା ଦୂର ମନରୁ ଭ୍ରାନ୍ତି

ଜୀବନେ ସାଜି ଫୁଲ;

ସ୍ନେହ ସରାଗେ ହସନ୍ତି ଲୋଟି

ଆପଣା ପଣ ଦିଅନ୍ତି ଭେଟି

ପାଆନ୍ତି ଅମୂଲ ମୂଲ ।। (୨)


ପରିବାରରୁ ସମାଜ ଯାଏଁ

ଅନ୍ତରତମ ସାଥୀ ନ ପାଏ

ଭାଗ ନେବାକୁ ଦୁଃଖ;

ବେଦନା ସିକ୍ତ ପରାଣ କାନ୍ଦେ

ସୁନା ପଞ୍ଜୁରି ସଂସାର ବାନ୍ଧେ

ତଥାପି ଖୋଜେ ସୁଖ ।। (୩)

ହୃଦୟତନ୍ତ୍ରୀ ଝଙ୍କାର ତୋଳି

ବାଜି ଉଠନ୍ତା ମମତା ବୋଳି

ହେଲେ ସେ ଆପଣାର;

ନିରାଶା ଯେତେ ଯାଆନ୍ତା ଚାଲି

ଜୈତ୍ର ନାଦ କରନ୍ତି ଖାଲି

ଏ ବିଶ୍ୱ ପରିବାର ।। (୪)


ସକଳ ଆଶା ମୋ ପ୍ରଶ୍ନବାଚୀ

ମିଳେନା ସାଥୀ ପାଏନା ସୂଚୀ

ଦେବ କି କେହି ଖୋଜି;

ଭାବନା ଭରା ହୃଦ କନ୍ଦରେ

କରନ୍ତି ପୂଜା ମନ ମନ୍ଦିରେ

ପରାଣ ରଖି ବାଜି ।। (୫)

ଏକଇ ସାଥୀ ସୁଖ ଦୁଃଖର

ସେହି ତ ସତ୍ୟ ଶିବ ସୁନ୍ଦର

ଦିଏନା ଦେଖା କେବେ;

ଦିବ୍ୟ ଚେତନା ମନେ ମୋ ଜାଗେ

ନାହିଁ ସେ କାହିଁ କେଉଁ ସରଗେ

ମିଳେ ତିତିକ୍ଷା ଭାବେ ।। (୬)


Rate this content
Log in

Similar oriya poem from Inspirational