ଏକୁଟିଆ
ଏକୁଟିଆ
ଯେତେ ଥର ମନେହେଇଚି ଗୀତ
ଗୀତ ଶୁଣିବା ପାଇଁ
ସେତେ ଥର ଯାଇଚି ମୂଳକୁ
ବିସ୍ମୟ ଆମ ମନ ଚିତ୍ର
ପ୍ରଶ୍ନବାଚୀ ର ଜୀବନ
ଏ ପରିଯନ୍ତ ଆମେ
ପ୍ରତି ଥର ସଜ ହେଉଚୁ
ମନ ର ଆକାଶରେ ଶ୍ରଦ୍ଧା ର ତାରା ନାଇଁ
ଜୀବନ ଭୂଇଁରେ
ମାନବିକତାର ଜଳ ନାଇଁ
କମ଼ ଥର କଷ଼ଟ ହେଇଚି
ଏତେ ଗହଳି
ଅଥଚ କେତେ ଏକୁଟିଆ
