STORYMIRROR

DAYANIDHI BAGARTEE

Inspirational

3.4  

DAYANIDHI BAGARTEE

Inspirational

ଏଇଟା ବୋଧେ ଭାଗ୍ୟ

ଏଇଟା ବୋଧେ ଭାଗ୍ୟ

1 min
23


କେଉଁ କାଳରୁ ଆସିଛି ରହି

      ସେ ଦୁଇ ଧାଡ଼ିର କଥନ

କପାଳ ଲିଖନ କେ କରିବ ଆନ

ଯେତେ ଆଶା କଲେ କଣ ହେବ

ଖଟା ହୋଇଯାଏ ଆଶାବାଦୀର ମନ। 


କାହା ଆଶା କଣ ଆଶାବାଦୀକୁ ହିଁ ଜଣା

କେଉଁଠି ପ୍ରେମର ଜୟଗାନ ତ

କେଉଁଠି ପ୍ରେମର ପ୍ରତାରଣା। 


ତୁମର ମନ ଅଛି

         ତୁମର ଆଶାଟେ ଥିବ

ମୋର ମନ ଅଛି

        ମୋର ବି ଆଶାଟେ ଥିବ

ହେଲେ କାହା ଆଶା କଣ 

        ଅନ୍ୟ ଜଣେ କେମିତି ବୁଝିବ। 


ମନେ ମୋର ଯେଉଁ ପ୍ରୀତିର ଆଶା

ପୁରା ହେବ କେବେ ବିଧାତା ଭରସା

ଆତ୍ମବିଶ୍ୱାସ ଏ ଯାଏଁ ହାରିନି

ଛୁଇଁ ପାରିବନି କେବେ ନିରାଶା। 


Rate this content
Log in

Similar oriya poem from Inspirational