STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Comedy

3  

ନାୟକ ଅକ୍ଷୟ ରାଜହସ୍ତୀ

Comedy

ଏଇ ଆମ କଳିଙ୍ଗ ନଗର

ଏଇ ଆମ କଳିଙ୍ଗ ନଗର

1 min
123

କି ସୁନ୍ଦର ଆମ କଳିଙ୍ଗ ନଗର

ଶିଳ୍ପାଞ୍ଚଳ ରୂପେ ନୂଆ,

ଡୁବୁରି ଛକ ରେ ଆଙ୍ଗୁଳି ଦେଖେଇ

ବିଜୁ ପଟ୍ଟନାୟକ ହୋଇଛି ଠିଆ l

କୋଇଲା ଗୁଣ୍ଡ କ୍ରୋମାଇଟି ମାଟି

ବାଟେ ଘାଟେ ପଡ଼ିଥାଏ,

ରାତି ବାରଟାରେ ସ୍ମାର୍ଟ ସହରୁ

ସ୍ମାର୍ଟ୍ ଝିଅ ଅଣାଯାଏ।

ଚୋରି ରାହାଜାନୀ ସବୁ ଦିନ କାହାଣୀ

ବାର ବାର ଧର୍ମଘଟ,

ହାଣ୍ଡିଆ ବାଲି ର ଲସି ଗିଲାସ ରେ

ପୁରି ଯାଏ ଆମ ପେଟ।

ନେତା ମାଳ ମାଳ ଜନତା ପ୍ରବଳ

ଯାଆନ୍ତି ଯେଝା ବାଟରେ,

ହୁଗୁଳା ଶାସନ ଉପରକୁ ଟାଣ

ବିକାଶ କୁ କିଏ ପଚାରେ ।

ରାଜନୀତି ନାମେ ଚାଲେ ପୁଣି ଏଠି

ସବୁଠୁ ଟଙ୍କା ଆଦାୟ,

ବିଗିଡି ଗଲାଣୀ ଶାସନ

ଅଧର୍ମ ର ହୁଏ ଜୟ ।


Rate this content
Log in

Similar oriya poem from Comedy