STORYMIRROR

kamal kumar dash

Romance Tragedy

2  

kamal kumar dash

Romance Tragedy

ଏ ସନମ

ଏ ସନମ

1 min
106


ଏଠୁ ଗଲା ପରେ  ଖୋଜିବତ ଥରେ

    ତୁମ ସ୍ମୃତି ଅଗଣାରେ 

ମନେ ରଖ ସାଥି ମନେ ମୁଁ ପଡିବି 

    ଦୂରେ ଏଠୁ ଗଲା ପରେ (୧)


ଜାଣିଛି ଖୋଜିବ ମନେ ପକାଇବ 

   ସେଇ ସବୁ ଗଲା କଥା 

ଫେରିବି ତୁମର  ସପନେ ସ୍ମୃତିରେ 

   ସାଜି ମନର କବିତା (୨) 


ତୁମରି ପ୍ରୀତିର ଜୋଛନା ରାତିରେ 

    ଅବା ସେଇ ନଦୀ ତିରେ 

ମାନେ ରଖ ସାଥି ମନେ ମୁଁ ପଡିବି 

   ଦୂରେ ଏଠୁ ଗଲା ପରେ (୩)


ଜାଣେନା ମୁଁ କେବେ  ଦେଖା ହେବ ଆଉ 

    ଅବା ହେବ ନାହିଁ ଥରେ 

ତଥାପି ଫେରିବି ମୁସାଫିର ହୋଇ 

   ସାଥୀ ତୁମ ସହରରେ (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance