STORYMIRROR

Sanghamitra Raiguru

Inspirational Abstract Others

3  

Sanghamitra Raiguru

Inspirational Abstract Others

ଏ କଣ କମ୍ କଥା କି?

ଏ କଣ କମ୍ କଥା କି?

1 min
13.6K


ଝିଅ!

ପକ୍ଷୀଠୁ ଉଧାର ନେଇ ଉଡ଼।ଣ

ଉଡ଼୍ ନୀଳ ଆକାଶରେ

ସାଗର ଗର୍ଭରୁ ସାଉଁଟି ଆଣି ମୋତି

ଥାପି ଦେ ହାତ ପାପୁଲିରେ

ମାଟିର ମୋହ ତୋ ଲାଗି

ଖସି ପଡ଼ି ଛଟପଟ ହେବାର ଭୟ କାହିଁ

ପୁଣି ଉଜ୍ଜୀବିତ ହେବୁ ଜୀବନର ମହାମନ୍ତ୍ରରେ|

ଜାଣେ,

ତୋତେ ଦଳିଦେବା ଲାଗି

ପାଦେ ପାଦେ ଲମ୍ବା ଭିଡ ଏଠି

ତୁ କିନ୍ତୁ ମାଧ୍ୟାକର୍ଷଣ ଶକ୍ତି କୁ ହରେଇ ଦେଇ

ବଢ଼ି ଚାଲ୍ ଶକ୍ତ ଗଛଟିଏ ପରି ଉପରକୁ ଆହୁରି ଉପରକୁ

ଚେର ମାଡ଼ି ଯାଉ ତଳକୁ ତଳକୁ|

ରାତିର ଛାତିରେ ଖଂଜି ଦେଇ ପରସ୍ତ ପରସ୍ତ ସ୍ୱପ୍ନ

ସକାଳକୁ ଉଇଁ ଆସ୍ ନୂଆ ସୁରୁଜ ଟେ ହୋଇ

ପୁନେଇଁ ରେ ଜହ୍ନ ହୋଇ ଚିକ୍ ଚିକ୍ କର୍ ଆଉ

ଉଆଁସୀ ରେ ଦୀପଟେ ପରି 

ଜାଳିପୋଡି ପାଉଁଶ କରିଦେ ବହଳ ଅଂଧାର|

ଲୁହକୁ ହସରେ

ରାତିକୁ ଦିନ ରେ

ଅଂଧାର କୁ ଆଲୁଅରେ

ବଦଳାଇବା ର ସାମର୍ଥ୍ୟ କେବଳ ତୋର

ବାଦଲକୁ ଫଟେଇ ଝଲସି ବାର ଶକ୍ତି ତୋର

ପାହାଡ କୁ ପାଦ ତଳେ ଚାପି ଦେବାର ସାହସ ତୋର

ଅନ୍ତତଃ ଧର୍ଯ୍ୟ ର ସହ ସାମ୍ନା ତ କର୍.....

ତୋ ଦେହରେ ଏଠି ଦାହର କାହାଣୀ

ତୋ ବାସ୍ନାରେ ଲୋଭର ଉଜାଣି

ଦେହ-ଦାହ ଠୁ ଉର୍ଦ୍ଧ୍ୱ ରେ

ତୁ ପ୍ରସିଦ୍ଧ ହ ନୂତନ ଆଭାରେ

ତୋ ନଥିବା ପଣ ବି ଅନ୍ତର୍ଭୁକ୍ତ ହେଉ

ତାରା ମାନଙ୍କ ଗହଣରେ

କୁଳୁକୁଳୁ ନଦୀ ଟିଏ ପରି 

ନିଜ ରାସ୍ତା ନିଜେ ତିଆରି

ଇଚ୍ଛାର ଇଶ୍ୱରୀ ଟେ ହ |

ଜାଣିନୁ କି?

ତୋ ତ୍ୟାଗ ରେ ଲେଖା ରାମାୟଣ

ତୋ ଟାଣପଣିଆ ରେ ତିଆରି ମହାଭାରତ

ତୋ ସମର୍ଥନ ରେ ଫାଟି ଯାଏ ଭୂମି ଆଉ ଭୂମା

ଯୁଗେ ଯୁଗେ ତୁ ହିଁ ଯୁଗ ପ୍ରବର୍ତ୍ତକ

ତୋ ଗର୍ଭରୁ ହିଁ ତ ଏ ସୃଷ୍ଟି

ଏ କଣ କମ୍ କଥା କି ?

ସଂଘମିତ୍ରା ରାଏଗୁରୁ

ରାଏପୁର୍,ଛତିଶଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational