ଦଶ 'କ' ପଣକିଆ ଗୀତ
ଦଶ 'କ' ପଣକିଆ ଗୀତ
ଦଶ ଏକେ ଦଶ,
ଭାରତ ଆମର ଦେଶ l
ଦଶ ଦୁଗୁଣେ କୋଡିଏ,
ଭାଇ ଭଉଣୀ ସଭିଏଁ l
ଦଶ ତିରିକି ତିରଶି,
ଆମେ ସବୁ ଯିବା ମିଶି l
ଦଶ ଚଉକୁ ଚାଳସୀ,
ଆତଙ୍କ ବାଦୀଙ୍କୁ ଦଂଶୀ l
ଦଶ ପଞ୍ଚା ପଚାଶ ,
ସମୂଳେ କରିବା ଧ୍ବଂସ l
ଦଶ ଷୋକୋ ଷାଠିଏ,
ଆଣିବା ବାରୁଦ ଗାଡ଼ିଏ l
ଦଶ ସତା ସତୁରି,
ପାକିସ୍ତାନ ସୀମାକୁ ଧରି l
ଦଶ ଅଷ୍ଟା ଅଶୀ,
ଗୁଳି କମାଣ ଦେବା ବରଷି l
ଦଶ ନୂଆଁ ନବେ,
ଡରିବାନି ଶତ୍ରୁକୁ କେବେ l
ଦଶ ଦଶା ଶହେ,
ଗାଇବା ଗୀତ ଆମେ ଦୁହେଁ l