STORYMIRROR

BULU BEHERA

Classics Children

3  

BULU BEHERA

Classics Children

ଦଶ 'କ' ପଣକିଆ ଗୀତ

ଦଶ 'କ' ପଣକିଆ ଗୀତ

1 min
182


ଦଶ   ଏକେ  ଦଶ,

ଭାରତ  ଆମର  ଦେଶ  l


ଦଶ  ଦୁଗୁଣେ  କୋଡିଏ,

ଭାଇ  ଭଉଣୀ  ସଭିଏଁ l


ଦଶ  ତିରିକି  ତିରଶି,

ଆମେ ସବୁ ଯିବା  ମିଶି  l


ଦଶ  ଚଉକୁ  ଚାଳସୀ,

ଆତଙ୍କ ବାଦୀଙ୍କୁ  ଦଂଶୀ  l


ଦଶ  ପଞ୍ଚା  ପଚାଶ ,

ସମୂଳେ  କରିବା  ଧ୍ବଂସ  l


ଦଶ  ଷୋକୋ  ଷାଠିଏ,

ଆଣିବା  ବାରୁଦ  ଗାଡ଼ିଏ l


ଦଶ  ସତା  ସତୁରି,

ପାକିସ୍ତାନ ସୀମାକୁ  ଧରି  l


ଦଶ  ଅଷ୍ଟା  ଅଶୀ,

ଗୁଳି କମାଣ  ଦେବା ବରଷି  l


ଦଶ  ନୂଆଁ  ନବେ,

ଡରିବାନି  ଶତ୍ରୁକୁ  କେବେ  l


ଦଶ ଦଶା  ଶହେ,

ଗାଇବା ଗୀତ ଆମେ  ଦୁହେଁ  l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics