Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Tragedy

3  

Manorama Mohanty

Tragedy

ଦିଗହଜା ନାଉରୀ ଟେ ମୁଁ

ଦିଗହଜା ନାଉରୀ ଟେ ମୁଁ

1 min
338



ଦିଗହଜା ନାଉରୀ ଟେ ମୁଁ ଏ ସଂସାରେ 

ମେଲି ଦେଇଛି ମୋ ଦଦରା ନାଆକୁ

ଜାଣେନା କୂଳରେ ଲାଗିବ କି ନାହିଁ

 ବିଶ୍ୱାସେ ଧରିଛି ତୋର ନାଆଁ କୁ ।


କରିଥିବା କର୍ମ ଫଳ ଭୋଗୁଅଛି

 ତୁମ କୁ କାହିଁକି ଦୋଷ ମୁଁ ଦେବି

ତୁମେ ଦେଇଥିଲେ ମୁଁ ତରି ଥାନ୍ତି

କାହିଁକି କହି ମୁଁ ପାପ କରିବି ।


ଦାରୁଣ ହୃଦୟ ତୁମରି ପ୍ରଭୁ ହେ  

ଦେଇଛ ଯାତନା ମୋରକପାଳରେ 

ସହିବାକୁ ହେବ ଜାଣି ମୁଁ ଗଲିଣି 

  ଖାଲି ଟିକେ ଶକ୍ତିଦିଅହେ ଠାକୁରେ ।


ମୋ ଠାରୁ ଅଧିକ ଜଣେ ଦୀନଜନ

  କିଏକାହିଁ ଅଛି ଏ ସାରା ଭୁବନ 

 କରି ନାହିଁ ସେବା ପିତାମାତ ଙ୍କର

 ଦେଇନାହିଁ ଶାନ୍ତି ଜୀବନେକାହାର ।


ମୂଢ଼ ପଣେ ଦୁଃଖ ଦେଇଛି ଅନେକ 

କାହାକୁ କେବେ ବି ଦେଇନାହିଁ ସୁଖ 

କରିଥିବା କର୍ମ ଦେଉଅଛି ଦୁଃଖ  

ଭୋଗିବାକୁ କିଆଁ ହେବିମୁଁ ବିମୂଖ ।


ଜୀବନେ ପଥରେବିଛାଇଲେ କଣ୍ଟା

 ଚାଲିଯିବି ଭାବି ତୁମକରୁଣାର ଛିଟା 

ଯାତନା ତୁମରି ଅମୃତ ର ଧାରା 

 ଝରାଅ ହେ ପ୍ରଭୁ ମୋ ସୁପ୍ତ ପ୍ରାଣରେ ।


ଦିଗହଜା ନାଉରୀ ବାପୁଡ଼ାଟେ ମୁଁ

ଦୟାବହିମୋତେ ଲଗାଅ କୂଳରେ ।



Rate this content
Log in

Similar oriya poem from Tragedy