STORYMIRROR

BHASKAR CHANDRA SAHOO

Inspirational Others

3  

BHASKAR CHANDRA SAHOO

Inspirational Others

ଦିଅ ପ୍ରଭୁ ଧର୍ଯ୍ୟ

ଦିଅ ପ୍ରଭୁ ଧର୍ଯ୍ୟ

1 min
12.2K


ତୁମ୍ଭେ ଜୀବ ଆତ୍ମା ତୁମେ ପରମାତ୍ମା

ତୁମ୍ଭେ ପୂର୍ଣ୍ଣ ବ୍ରହ୍ମହରି

ତୁମ୍ଭର ବିରାଟ ରୂପ ବର୍ଣ୍ଣିବାକୁ

ଶକତି ନାହିଁ କାହାରି ।।

ତୁମରି ଆଦେଶେ ଗଢା ପଞ୍ଚଭୂତ

କେତେ ରୂପ ଅଛ ଧରି

ଯେଉଁଠି ଦେଖିଲେ ତୁମେ ବିଦ୍ୟମାନ

ଜଳ,ସ୍ଥଳ, ବନ,ଗିରି ।।

କେଉଁ ନାମ ଧରି ଡାକିବି ହେ ପ୍ରଭୁ

କେତେ କେତେ ତୁମ ନାମ

ରାମ, କୃଷ୍ଣ, ହରି,ମୁକୁନ୍ଦ, ମୁରାରି

ତୁମେ ପରା ସର୍ବନାମ ।।

ଯୋଡି ଯୋଡି କରି ସବୁ ଗଢିଅଛ

ସୁଖ,ଦୁଃଖ,ପାପ,ପୁଣ୍ୟ

ଦେଇଛ ସ୍ଵାଧୀନ କର୍ମ କରିବାକୁ

ସୁକର୍ମ ଆଉ କୁକର୍ମ ।।

କର୍ମ ଅନୁସାରେ ଫଳ ଭୁଞ୍ଜେ ଜୀବ

ଏ ତୁମ ସୃଷ୍ଟି ନିୟମ

ତାହାକୁ ଲଂଘନ କରିବାକୁ କେହି

ଜଗତେ ନୁହେଁ ଭାଜନ ।।

ମୋ କରମ ଫଳ ଭୁଞ୍ଜୁ ଅଛି ପ୍ରଭୁ

ଅନ୍ଧାର ଯାଇନି ସରି

ଏଇ କୃଷ୍ଣ ପକ୍ଷ ଆରମ୍ଭ ମାତର

ଉଆଁସ ବହୁତ ଡେରି ।।

ଆଗକୁ ପଡିଛି ପଥ ବହୁ ଦୂର

ଅନ୍ଧାର ଚିରି ଚାଲିବି

ଶୁକ୍ଳପକ୍ଷ ଦିନେ ଆସିବ ପାଖକୁ

ନିରାଶ କାହିଁକି ହେବି ।।

ନିଆଁରେ କାଞ୍ଚନ ବାରବାର ଯେବେ

ଦହନ ହେଉଣ ଥାଏ

ଅଗ୍ନି ସମ ତାହା ଦାଉ ଦାଉ ଦିଶେ

ଖାଦ ସବୁ ପୋଡି଼ ଯାଏ ।।

ସେହିପରି ଦୁଃଖ ଅଭାବ କଷଣ

ନିର୍ଯାତନା ସହିସହି

ସବୁ ମଇଳା ମୋ ଭସ୍ମ ହୋଇ ଯାଉ

ବିଶୁଦ୍ଧ ସୁବର୍ଣ୍ଣ ଯହିଁ ।।

କରୁନାହିଁ ପ୍ରଭୁ କାତର ପ୍ରାର୍ଥନା

ଦୁଃଖ ଦୁର ହେବା ପାଇଁ

ଏତିକି ମାଗୁଣି ଦିଅ ପ୍ରଭୁ ଧର୍ଯ୍ୟ

ଦୁଃଖ କୁ ସହିବି ମୁହିଁ ।।

ଭାସ୍କର ଚନ୍ଦ୍ର ସାହୁ

ଅବସରପ୍ରାପ୍ତ ଶିକ୍ଷକ

ବଦାଳୋ,ଢେଙ୍କାନାଳ


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational