ସ୍ବପ୍ନ
ସ୍ବପ୍ନ
1 min
5.1K
ସ୍ବପ୍ନରେ ଭିଖାରୀ ଦେଖେ
ରାତାରାତି ବନିଛି କୁବେର,
ଆକାଶ ଚୁମ୍ବୀ ପ୍ରାସାଦ
ଶୂନ୍ୟଯାନେ କରୁଛି ବିହାର ||
ସପନେ ଦେଖେ ପ୍ରେମିକ
ତାର ରୂପର ମାନସୀ
ପ୍ରୀତିଭରା ଚୁମ୍ବନରେ
ଦେହ,ମନ,ହୃଦୟକୁ
ନେଇଛି ଆକର୍ଷି ||
ସ୍ବପ୍ନ ଦେଖେ ଚେଲା
ସାଧନାରେ ସିଦ୍ଧିଲାଭ କରି
କରଇ ପ୍ରଚାର ଧର୍ମ ଧ୍ବଜା ଧାରୀ
ସଂକଟ ମୋଚନ ଶ୍ରୀହରି ||
ସ୍ବପ୍ନ ଦେଖେ ସକାମ ସନ୍ନ୍ୟାସୀ
ଧର୍ମ ରାଜ୍ୟେ ଗଢିଅଛି
ସେ ବଡ଼ ଦେଉଳ
ଜଗତ୍ ଗୁରୁ, ଗଜପତି ଠାରୁ
ନାମିଦାମି ଆହୁରି ପ୍ରବଳ ||
ସ୍ବପ୍ନ ଦେଖେ ନେତା
ନିର୍ବାଚନ ବୈତରଣୀ ହୋଇପାରି
ହାତେଧରି ସାଶନର ଡୋରୀ
ସରଗଟା ମାତ୍ର ଦିଆଙ୍ଗୁଳ
କ୍ଷମତାର ମଦ ପିଇ
ହସେ କିରିକିରି ||
ତଳକୁ ଚାହିଁକେ ଉପରକୁ ଦେଖେ ନାହିଁ
ବିସ୍ତୀର୍ଣ୍ଣ ଆକାଶ,
ସୂର୍ଯ୍ୟ,ଚନ୍ଦ୍ର,ନକ୍ଷତ୍ର ସକଳ
ଉପରକୁ ଦୃଷ୍ଟି ଦେଲେ
ଦିଶନ୍ତି କେବଳ ||
କହିଛନ୍ତି ଦାର୍ଶନିକ ,ବିଜ୍ଞାନୀ,ପଣ୍ଡିତ
ସ୍ବପ୍ନ ଦେଖ ବିଜ୍ଞାନ ସମ୍ମତ
ସେହି ସ୍ବପ୍ନ ବାସ୍ତବ ବିସ୍ତିର୍ଣ୍ଣ
ଉର୍ଦ୍ଧଗାମୀ କରିଥାଏ
ଜ୍ଞାନ ପ୍ରଜ୍ୱଳନ ||
ସେହି ଜ୍ଞାନେ ଏ ବିଶ୍ବ ବ୍ରହ୍ମାଣ୍ଡ
ଲୁକକାୟିତ ତତ୍ତ୍ବ
ଆବିଷ୍କାର, ଉଦଦ୍ଭାବନା କରି
ନରହୁଏ ଉର୍ଦ୍ଧଗାମୀ, ବ୍ରହ୍ମବିତ୍ତ ||
ମାତ୍ରଲକ୍ଷେ ପୋଷା ମାଟିର ମଣିଷ
କୃଷକକୁ ପଚାରିଲି ଦିନେ
ହେ କୃଷକ ଭାଇ ¡
ତମେ କେବେ ଦେଖିଛ ସପନ
ପଡଇ କି ମନେ?
କାମ କରିକରି ବେଳ ଅଣ୍ଟେ ନାହିଁ
ସଂଧ୍ୟା ଯେବେ ଆସଇ ଘନେଇ
ଝାଟିମାଟି ଘରର ଭିତରେ
ଦେହ ମୋହ ଦିଅଇ ଲୋଟାଇ
ସ୍ବପ୍ନ ପାଇଁ ବେଳ ମୋର କାହିଁ?
ନିଜ ମା' ମୋତେ କୋଳ କୁ ଆଦରେ
ଟାଣି ନେଇ ଥାଇ,
ରାତି ଯାଏ ପାହି,
ନୁଆଁ ବଳ ନେଇ,
କର୍ମ ମଧ୍ୟେ ନିଜକୁ ମୁଁ
ଦିଅଇ ହଜାଇ ||
ରାଜା, ମନ୍ତ୍ରୀ, ବାବଦୂକ, ବାବୁଭାୟା,
ବାକ୍ୟ ବୀର, କର୍ମ କୁଢ
ପାଇଁ ତ ସପନ
ପଦ୍ମ ଭୁକ ହେ ସ୍ବପ୍ନ ବିଳାସୀ
ଚାନ୍ଦରେ ଘରତୋଳିବା ପାଇଁ ଅଭିଳାଷୀ ||
ସ୍ବପ୍ନ ମୁହିଁ ଦେଖିନାହିଁ କେବେ
ମାଟିର କବିତା ଖାଲି ଲେଖେ
ହଳ ଲଙ୍ଗଳ ରେ ମାଟି ଚଷେ
କର୍ମ ମୋ ପାଇଁ ଧର୍ମ
ଏ ବାସ୍ତବ ସତ୍ୟ
ତେଣୁ ସ୍ବପ୍ନିଳ ଦୁନିଆ
ମୋହ ପାଇଁ
ଆକାଶ କଇଁଆ
ସୁନାର ଶୂନତ ||
ଭାସ୍କର ଚନ୍ଦ୍ର ସାହୁ
ବଦାଳୋ,
ଢେଙ୍କାନାଳ
