Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ଧର୍ମ

ଧର୍ମ

1 min
130



ପ୍ରତ୍ୟେକ ବସ୍ତୁର ସ୍ୱାଭାବିକ ଗୁଣ

  ଧର୍ମ ନାମରେ ନାମିତ

ଉଷ୍ମତା ଅଟଇ ଅଗ୍ନିର ଧରମ 

 ସୂରୁଜର ଉତ୍ତପ୍ତ ତ।


ଜଳର ଧରମ ଶିତଳ ତା ସିନା

  ବାୟୁ ଧର୍ମ ପ୍ରବାହିତ

ମନୁଷ୍ୟ ସ୍ୱଭାବ ମନୁଷ୍ୟ ଧରମ

 ମନୁଷ୍ୟତା ନାମେ ଖ୍ୟାତ।


ବିଶ୍ଵ ଦରବାର ଗଢ଼ିଛନ୍ତି ବିହି

  ମଣିଷକୁ ଦେଇ ଜ୍ଞାନ

ବିଦ୍ୟା ବୁଦ୍ଧି ଅବା ଦୟା କ୍ଷମା ଗୁଣ

 ଶ୍ରେଷ୍ଠ ସାମାଜିକ ପ୍ରାଣୀ।


ମଣିଷ ମଧ୍ୟରେ ଏହି ଗୁଣ ଯଦି

  ସଦା ହୁଏ ବିକଶିତ

ଦୈବ ଗୁଣରେ ଦିବ୍ୟ ହୋଇଯାଏ

  ପର ଚିନ୍ତା ତାର ହିତ।


ହୃଦୟରୁ ଯେବେ ଆସୁରିକ ଗୁଣ

  ହଟାଇବ ଯେଉଁ ଦିନ

ପ୍ରତି ସମାଜରେ ରାମ ରାଇଜର

 ସ୍ୱପ୍ନ ହୋଇବ ପୂରଣ।


ଜଗତରେ ହେଉ ଅହିଂସା ପ୍ରତିଷ୍ଠା

 ଭାଇଚାରାର ସଂସ୍କୃତି

ଜଗନ୍ନାଥ ସ୍ଵାମୀ କଲ୍ୟାଣ କରିବେ

 ପଶୁତା ଯିବ ତ ଘୁଞ୍ଚି।



Rate this content
Log in

Similar oriya poem from Inspirational