ଦେଶ ବନ୍ଦନା
ଦେଶ ବନ୍ଦନା
ସେହି ମୋ ଜନ୍ମ ଭୂଇଁ
ପାରାବାର ବନ୍ଦେ ବରାବର ଯାର
ପଦ୍ମ ଚରଣ ଛୁଇଁ ।
ମୋ ଦେଶେ ଲଭିଲେ ଜନ୍ମ ଗ୍ରହଣ
କୃଷ୍ଣ , ଚୈତନ୍ୟ , ବୁଦ୍ଧ, ଶ୍ରୀରାମ
ଗାନ୍ଧୀ, ଗୋପବନ୍ଧୁ,ଜହର, ସୁବାସ
ଜାତିର ମୁକ୍ତ ପାଇଁ ।
ଯେ ଦେଶର କବି ଋଷି ଧୀର ଚେତା
ଲେଖିଲେ ପୁରାଣ ଶୁତି ସଂହିତା
ଦର୍ଶନ ଜ୍ୟୋତିଷ ଗଳ୍ପ ଇତିହାସ
ବିଶ୍ୱ କଲ୍ୟାଣ ପାଇଁ ।
ଯେ ଦେଶର ନାରୀ ସ୍ଵର୍ଣ୍ଣ ଲତିକା
ରାନୀ, ବିଦୁଷୀ, କବି, ଗାଣତିକା
ବୀର ପସବିନୀ ଚିରଗରଵିଣୀ
ଚଂଦ୍ର କମଳ ମୁହିଁ।
