ଅପେକ୍ଷା
ଅପେକ୍ଷା
କେଜାଣି କାହିଁକି ଆଜି,
ବହୁ ଦିନ ପରେ ଅଥୟ ଲାଗୁଛି,
ଲାଗୁଛି, ପବନ ପରା କିଛି ବାର୍ତା ଆଣିଛି,
ସତରେ ତୁମେ ଆସିଛ କି ?
ଆସିଲେ ତୁମକୁ ବା ଦେବି ଆଉ କ'ଣ,
ଏ ପତ୍ର କୁଡ଼ିଆରେ କିବା ଅଛି ମୋର ।
ଯେତେଥର ଏମିତି ପବନ ବହିଛି,
ତୁମେ ଅସୁସ୍ଥ ଭାବି କେତେ କଣ କହିବାକୁ
ଭାବି ମୁଁ ରଖିଛି ।
ଅଥଚ ଆସିନ ତୁମେ, ଆସିବନି ବି କେବେ,
ମୁଁ ଜାଣିଛି, ଏମିତି ବାଟ ଚାହିଁ,
ସମୟ ମୋ ସରି ସରି ଯିବ,
ସତେ ଅବା ବସନ୍ତର ଆଗମନେ
କୋକିଳ ରାଗିବ ।

