ମହାମିଳନ
ମହାମିଳନ
ସ୍ଵର୍ଗ ରୁ ଝରୁଛି ଦେଖ ନୀଳ ପାରିଜାତ
ଏଇ ମହାମିଳନର ପବିତ୍ର ପୀଠରେ
ଆମେ ସବୁ ତ୍ରୀବେଣୀର ଧାର
ସ୍ନେହ, ପ୍ରେମ, ପ୍ରୀତି ର ପ୍ରତୀକ
ଜାତି, ବର୍ଣ, ଉଚ୍ଚ, ନିଚ୍ଚ, ଭେଦଭାବ ଭୁଲି
ଆମେ ସବୁ ଏକ ଓ ଅଭିନ୍ନ
ଆମ ମନ ଫୁଲଠୁଁ କୋମଳ, ହୀମଠୁଁ ଶୀତଳ
ଆକାଶଠୁଁ ଗମ୍ଭୀର, ଉଦାର
ସାଗରଠୁଁ ଅଧିକ ଉଦ୍ ବେଳ
ଆମ ମନ କଳକଳ ଛଳଛଳ ନିର୍ଝରଣୀ ଜଳ ।
ସ୍ବାଗତମ୍..!! ବନ୍ଧୁଙ୍କୁ, ଭାଇଙ୍କୁ,
ଯେତେ ସବୁ ଚିହ୍ନା ଅଚିହ୍ନାର ସମ୍ପର୍କିତ ଶବ୍ଦକୁ
ଏ ମୁଣ୍ଡରୁ ସେ ମୁଣ୍ଡକୁ ଲମ୍ବିଥିବା ସମଗ୍ର ସତ୍ତାକୁ
ଆଜି ଏ ମିଳନର ମହାବେଦୀରେ
ଆବହନୀର ମହାମନ୍ତ୍ର ନେଇ ମିଶିଯିବ
ଯେତେବେଳେ ଖାଲି ସୁବୁଥିବ
ମିଳନର ସ୍ୱାଗତ ଗୀତିକା ।
