STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଚଉବନରେ ଯଉବନ

ଚଉବନରେ ଯଉବନ

1 min
157


ଚଉବନରେ ଯଉବନ ଆଜି

ଉଦାସ କୁହୁଡି ଅନ୍ଧାରେ

ମଗୁଶିର ରାତି ସିନା ଲମ୍ବିଥାଏ

ନିଦ କିନ୍ତୁ ହଜେ ନିରାଶାରେ ।୧।


ସ୍ବପ୍ନ ସବୁ ରହିଲା ଅଧାଗଢ଼ା 

ସତ ସବୁ ପାଲଟେ ମିଛ

ନିରୀହ ଇଚ୍ଛାମାନେ ସିକୁଡନ୍ତି

 ପାସ୍ ମିନା କମ୍ବଳେ ତୁଚ୍ଛ ।୨।


ବହୁତ ଧାଇଁଲି ଦୈଡ଼ିଲି ଘେରେ

ପାଇଲି ମୁଠାଏ ବିଫଳତା

ଦୁଃଖ ନାହିଁ ମନରେ ସୁକୁସୁକୁ

 ନିରୋଳା ପରାସ୍ତ ଦୁର୍ବଳତା ।୩।


ପାଇଛି କିଛି ମିଶାଣ ସୁଖର

କିଛି ଫେଡାଣ ଦୁଃଖର

ପାଇଛି କିଛି ଗୁଣନ ହସର

କିଛି ହରଣ ଲୁହର ।୪।


ଏହା ବୋଧେ ଜୀବନର ବାସ୍ତବତା

ସିମିତ ସମୀକରଣ

ଏହା ବୋଧେ ନିଷ୍ଠୁର ସତ୍ୟତା

ଅସମାହିତ ପ୍ରଶ୍ନବାଣ ।୫।


ମୋ ମତରେ 

ମୋ ହିସାବରେ

ମୋ ଅଭିଜ୍ଞତାରେ

ହାରିବାରେ ଜିତିବା

ହଜାଇବାରେ ପାଇବା

ହିସାବ ନିକାସ କରୁକରୁ

ଯୋଜନା କଳ୍ପୁ କଳ୍ପୁ

ମଣିଷ ଝୁଣ୍ଟି ପଡ଼େ ବିଫଳତା ପ୍ରସ୍ତର

ଭେଟ ହୁଏ ହତାଶା ନିରାଶାର ଦ୍ଵାର 


ଜୀବନର ଅପରାହ୍ନ ଆସି ଉପଗତ

ପଶ୍ଚିମ ସମୟର କ୍ଷଣ

ଚନ୍ଦା ମୁଣ୍ଡିଆ ମଗଜରେ ଉଙ୍କେ

ବିଭୁସତ୍ତାର ଅନ୍ୱେଷଣ ।୬।


ସେହି ସତ୍ୟ ସେହି ଶିବ ସୁନ୍ଦର

 ସେହି ପ୍ରଭୁ ପରମେଶ୍ଵର

କଟିକିଟି ଅନ୍ଧାର ଚିରି ଫାରି

ଦେଖେଇବେ ଆଲୋକଝର ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational