Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Amit Bal

Romance

3.3  

Amit Bal

Romance

ଚିଠି ଟିଏ ତମ ଠିକଣାରେ

ଚିଠି ଟିଏ ତମ ଠିକଣାରେ

1 min
58


ହୁଅନ୍ତାନି ଏମିତିକା 

           ପ୍ରିୟା ଆଉ ଥରେ

ଦୂରେ ଥାଇ ପାଶେଥାନ୍ତ

           ତମେ ହୃଦୟରେ,


ସାରା ରାତି ଚେଇଁ ଚେଇଁ

           ଝୁରୁଥାନ୍ତ ମୋତେ

ଚିଠିରେ ହିଁ ଲେଖିଥାନ୍ତ

            ସୁଆଳାପ ଯେତେ,


ସ୍ମୃତି ଭରା ଅପେକ୍ଷାର

             ଅନ୍ତିମ ଲଗ୍ନରେ

ତମ ଚିଠି ପହଞ୍ଚନ୍ତା

             ଗୋଧୂଳି ବେଳାରେ,


ମେଘର ରୋମାଞ୍ଚ 

            ସମୀରର ଶିହରଣ

ଭରିଥାନ୍ତା ସେ ପତ୍ରରେ

            ବିମୁଗ୍ଧ ଫଗୁଣ ,


ସାଇତି ରଖନ୍ତି ତାକୁ

             ଆଖି ପଲକରେ

ଚୁମିଥାନ୍ତି ମନ ଭରି

              ପ୍ରୀତିର ଅଧରେ,


ମୁଠା ମୁଠା ସ୍ୱପ୍ନ ନେଇ

              କେତେ ଆନନ୍ଦରେ

ଫେରିଯା'ନ୍ତା ଚିଠି ପୁଣି

              ଗୋଲାପି ବେଳାରେ,


ମୋହମୟ ମୋ ପତ୍ରର

               ପଢି ଶେଷ ଧାଡ଼ି

ରହନ୍ତି କେମିତି ପ୍ରିୟା

               ମୋତେ ତମେ ଛାଡି,


ଲୋତକ ଝରନ୍ତା ତମ

               ବେନି ନୟନରୁ

ପାରନ୍ତ ଦୂରେଇ ସାଥୀ

               ମୋତେ ଜୀବନରୁ,


ଅୟୁତ ଆଶା ମୁଁ ନେଇ

                ସେଇ ଭରସାରେ

ଲେଖୁଛି ଏ ଚିଠି ଏବେ

                ତମ ଠିକଣାରେ ..........!!!


Rate this content
Log in