STORYMIRROR

Manorama Sahoo

Classics

3  

Manorama Sahoo

Classics

ଛୁଇଁବ କି ଥରେ ମତେ

ଛୁଇଁବ କି ଥରେ ମତେ

1 min
211

  

ଫିକା ଜହ୍ନ ଆଲୁଅରେ

ମନ ହଜେ କଳ୍ପନାରେ

ପାଇବାକୁ ତୁମ ପ୍ରେମ 

ମନ ହୁଏ ପ୍ରେମାତୁର


ଆଜି ମୋ ହୃଦୟଟା ଶୂନ୍ୟ 

କାହ୍ନୁ ତୁମ ବିରହରେ

ଆସିବକି ମୋ ପ୍ରାଣପ୍ରିୟ

ମୋହିନେବ ବଂଶୀ ସ୍ୱନେ


ଛୁଇଁବ କି ଥରେ ମତେ, 

ନା ମୋର ଏ ପ୍ରାଣକୁ।


ଗଣନା କି କରିଛ କେବେ

ଏ ବିରହ କେତେ ଦିନର

ଅପୂର୍ବ ସଂଯୋଗ ଇଏ 

ଆମ ଦୁହିଁଙ୍କର 


ପ୍ରୀତି ଏ ଅଭେଦ ଆମ 

ଜନ୍ମ ଜାନ୍ମନ୍ତର

ଆସିବକି ମୋ ପ୍ରାଣ ପ୍ରିୟ

ମୋହିନେବ ବଂଶୀ ସ୍ୱନେ


ଛୁଇଁବ କି ଥରେ ମତେ,

ନା ମୋର ଏ ପ୍ରାଣକୁ।


ଭାବେ ମୁଁ ତୁମକୁ ନିତି

ଭଜେ ମୁଁ ତୁମକୁ ନିତି

ପୂଜୁଥିବି ତୁମକୁ ମୁଁ ନିତି

ହୃଦୟରୁ ଦେଇ ମୋ ପ୍ରୀତି


ଭାଙ୍ଗୁଛି ଗଢୁଛି ମୁଁ ନିତି 

କଳ୍ପନାରେ କେତେ ଯେ ଗୀତି

ଆସିବକି ମୋ ପ୍ରାଣପ୍ରିୟ 

ମୋହିନେବ ବଂଶୀ ସ୍ୱନେ


ଛୁଇଁବ କି ଥରେ ମତେ,

ନା ମୋର ଏ ପ୍ରାଣକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics