ଚେଙ୍କ
ଚେଙ୍କ
ଦୁନିଆ ଏ ନିର୍ଦ୍ଦୟ,
ଅବା କଠୋର ସେ ହୃଦୟ l
କେଉଁ ପାପ ସିଏ ବୋହିଲା,
ଏତେ ପୀଡା କାହିଁ ସହିଲା?
କେଂହେ ଗଲେ ତା'ର ଜନକ,
ଅନ୍ଧାରେ ଆଶାର ଆଲୋକ !
ସ୍ନେହବଚ୍ଛଳ ନିରୀହ ଜନନୀ,
ତାଙ୍କ କର୍ଣ୍ଣକୁ ଆଜି କି ଶୁଭୁନି !
ସେଇ କଅଁଳ ପ୍ରାଣର ରୋଦନ,
କଷ୍ଟଭରା 'କୁଆଁ' କ୍ରନ୍ଦନ !
କେଡେ ନିଷ୍ଠୁର ସତେ ସେ ରାକ୍ଷସ,
ଯିଏ ଆବୋରିଲା ଅନ୍ଧ ବିଶ୍ୱାସ।
ଶିଶୁ ଉଦରେ 'ଚେଙ୍କ'ର ଦାଗ,
ନୋହିଲେ ଗ୍ରାସିବ ଅଜଣା ରୋଗ !
ଜାଗ୍ରତ ହୁଏ ହେ ଜଗତ,
ଏହି ପାପକୁ କରାଅ ବିଲୁପ୍ତ।
